ନୂଆଦିଲ୍ଲୀ: ଅଧିନାୟକ ଶ୍ରେୟସ ଆୟାର(ଅପରାଜିତ ୯୩ ରନ୍, ୪୦ ବଲ, ୪ଟି ଚୌକା ଓ ୧୦ଟି ଛକା) ଓ ପୃଥ୍ଵୀ ସ’(୬୨ ରନ୍, ୪୪ ବଲ, ୭ଟି ଚୌକା, ୨ଟି ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ ଡେୟାରଡେଭିଲସ୍ ୨୦ ଓଭରରେ ୪ଟି ଓ୍ଵିକେଟ୍ ହରାଇ ୨୧୯ ରନ୍ ସଂଗ୍ରହ କରିଛି। ଫଳରେ କୋଲକାତାକୁ ବିଜୟ ପାଇଁ ୨୨୦ ରନ୍ ଟାର୍ଗେଟ ମିଳିଛି। ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଆଇପିଏଲ ୧୧ତମ ସଂସ୍କରଣର ଶୁକ୍ରବାର ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଦିଲ୍ଲୀ ବ୍ୟାଟିଂ କରିଥିଲା। କୋଲିନ ମୁନରେ ୧୮ଟି ବଲ ଖେଳି ୩୩ ରନ୍ ସଂଗ୍ରହ କରିଥିବା ବେଳେ ଗ୍ଳେନ ମେକ୍ସେଓ୍ଵଲ୍ଙ୍କ ବ୍ୟାଟ୍ରୁ ଦିଲ୍ଲୀକୁ ୨୭ ରନ୍ ମିଳିଥିଲା।
ଆରମ୍ଭରୁ ଦିଲ୍ଲୀ ଭଲ ବ୍ୟାଟିଂ କରିଥିଲା। ୫୯ ରନ୍ରେ କୋଲିନ ମୁନରୋଙ୍କୁ ହରାଇଥିଲା। ସେହିପରି ପୃଥ୍ଵୀ ୧୨୭ ରନ୍ରେ ଆଉଟ ହୋଇଥିଲେ। ୧୨୯ ରନ୍ରେ ୩ୟ ଓ୍ଵିକେଟ୍ ପଡ଼ିଥିବା ବେଳେ ୨୦୨ ରନ୍ରେ ୪ର୍ଥ ଓ୍ଵିକେଟ ପଡ଼ିଥିଲା। ଦିଲ୍ଲୀର ପୀୟୁଷ ଚାଓ୍ଵଲା, ଶିବମ ମାଭି ଓ ଆଦ୍ରେ ରସେଲ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/555_1524844439_618x347.jpeg)