ଶାରଜା : ଶାରଜା କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୪୪ତମ ମ୍ୟାଚରେ ଚେନ୍ନାଇ ଆଗରେ ୧୩୫ରନର ବିଜୟ ଲକ୍ଷ୍ୟ ରଖିଛି ହାଇଦ୍ରାବାଦ ।
ଆଜି ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ହାଇଦ୍ରାବାଦ ଆରମ୍ଭରୁ ଜେସନ ରଏଙ୍କୁ ହରାଇଥିଲା । ସେ ମାତ୍ର ୨ ରନ କରି ଆଉଟ ହୋଇଥିଲେ । ତେବେ ଅନ୍ୟତମ ଓପନର ଋଦ୍ଧିମାନ ଶାହା ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ୪୪ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅବଦୁଲ ସମଦ ଓ ଅଭିଷେକ ଶର୍ମା ୧୮ ରନ ଲେଖାଏଁ କରିଥିଲେ । ଶେଷ ବେଳକୁ ରସିଦ ଖାଁ ୧୭ ରନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଚେନ୍ନାଇ ପକ୍ଷରୁ ଜସ ହେଜେଲଉଡ ୩ଟି ଓ ବ୍ରାଭୋ ୨ଟି ଓ୍ବିକେଟ ନେଇଥିଲେ ।
ଆଜିର ମ୍ୟାଚ ଜିତିଲେ ଚେନ୍ନାଇ ପ୍ଲେ ଅଫରେ ନିଜର ସ୍ଥାନ ନିଶ୍ଚିତ କରିଦେବ । ମାତ୍ର ହାଇଦ୍ରାବାଦ ପାଇଁ ଏହି ମ୍ୟାଚ ଜିତିଲେ ବି ପ୍ଲେ ଅଫରେ ପହଞ୍ଚିବାର କୌଣସି ଆଶା ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/FAikhVQVIAso7ze.jpg)