ଆଇପିଏଲ : ଚେନ୍ନାଇ ଆଗରେ ୧୩୫ରନର ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ଶାରଜା : ଶାରଜା କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୪୪ତମ ମ୍ୟାଚରେ ଚେନ୍ନାଇ ଆଗରେ  ୧୩୫ରନର ବିଜୟ ଲକ୍ଷ୍ୟ ରଖିଛି ହାଇଦ୍ରାବାଦ ।

ଆଜି ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ହାଇଦ୍ରାବାଦ ଆରମ୍ଭରୁ ଜେସନ ରଏଙ୍କୁ ହରାଇଥିଲା । ସେ ମାତ୍ର ୨ ରନ କରି ଆଉଟ ହୋଇଥିଲେ । ତେବେ ଅନ୍ୟତମ ଓପନର ଋଦ୍ଧିମାନ ଶାହା ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ୪୪ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅବଦୁଲ ସମଦ ଓ ଅଭିଷେକ ଶର୍ମା ୧୮ ରନ ଲେଖାଏଁ କରିଥିଲେ । ଶେଷ ବେଳକୁ ରସିଦ ଖାଁ ୧୭ ରନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ ।  ଚେନ୍ନାଇ ପକ୍ଷରୁ ଜସ ହେଜେଲଉଡ ୩ଟି ଓ ବ୍ରାଭୋ ୨ଟି ଓ୍ବିକେଟ ନେଇଥିଲେ ।

ଆଜିର ମ୍ୟାଚ ଜିତିଲେ ଚେନ୍ନାଇ ପ୍ଲେ ଅଫରେ ନିଜର ସ୍ଥାନ ନିଶ୍ଚିତ କରିଦେବ । ମାତ୍ର ହାଇଦ୍ରାବାଦ ପାଇଁ ଏହି ମ୍ୟାଚ ଜିତିଲେ ବି ପ୍ଲେ ଅଫରେ ପହଞ୍ଚିବାର କୌଣସି ଆଶା ନାହିଁ ।

ସମ୍ବନ୍ଧିତ ଖବର