ଆଇପିଏଲ ନିଲାମ: ବିରାଟ କୋହଲି , ଏମ ଏସ ଧୋନୀ, ରୋହିତ ଶର୍ମା ସବୁଠାରୁ ଦାମୀ ଖେଳାଳି

ଆଜି ଇଣ୍ଡିଆନ ପ୍ରିମିୟମ ଲିଗ୍‌ ୨୦୧୮ ପାଇଁ ଫ୍ରାଞ୍ଚାଇଜ୍‌ମାନେ ଖେଳାଳି ନିଲାମରେ ଭାଗ ନେଇ ଖେଳାଳିମାନଙ୍କୁ ନିଜ ଦଳ ପାଇଁ ଚୟନ କରିଛନ୍ତି। ଏହି ନିଲାମରେ ୮ଟି ଟିମ୍‌ ଯଥା କୋଲକାତା ନାଇଟ ରାଇଡର୍ସ, ଦିଲ୍ଲୀ ଡେୟାର ଡେଭିଲ୍ସ, ମୁମ୍ବାଇ ଇଣ୍ଡିଆନ୍‌ସ, ରୟାଲ ଚାେଲେଞ୍ଜ ବେଙ୍ଗାଲୁର, ରାଜସ୍ଥାନ ରୟାଲସ, ସନ୍‌ ରାଇଜର୍ସ ହାଇଦ୍ରାବାଦ, ଚେନ୍ନାଇ ସୁପର କିଙ୍ଗସ ଓ କିଙ୍ଗସ ଏକାଦଶ ପଞ୍ଜାବ ନିଲାମରେ ଭାଗ ନେଇଛନ୍ତି। ପ୍ରଥମ ପର୍ଯ୍ୟାୟ ନିଲାମରେ ଭାରତୀୟ ଦଳର ଅଧିନାୟକ ଓ ପୂର୍ବତନ ଅଧିନାୟକ ଦ୍ୱୟ ସବୁଠାରୁ ଦାମୀ ଖେଳାଳି ଭାବେ ନିଲାମ ହୋଇଛନ୍ତି। ରୟାଲ ଚାଲେଞ୍ଜ ବେଙ୍ଗାଲୁର ବିରାଟ କୋହଲିଙ୍କୁ ୧୭ କୋଟି ଟଙ୍କାରେ କ୍ରୟ କରିଛି। ସେହିପରି ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ୧୫ କୋଟି ଟଙ୍କାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ କ୍ରୟ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍‌ସ ମଧ୍ୟ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ୧୫ କୋଟି ଟଙ୍କାରେ କ୍ରୟ କରିଛି। ତେବେ ଏଥର ଆଇପିଏଲ ୨୦୧୮ରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍‌ଙ୍କୁ କେହି ନିଲାମରେ କ୍ରୟ କରି ନ ଥିବାରୁ ଦର୍ଶକମାନେ ଗେଲଙ୍କ ଛକା, ଚକା ବର୍ଷା ଦେଖିବାରୁ ବଞ୍ଚିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ମୁରଲୀ ବିଜୟଙ୍କୁ ମଧ୍ୟ କେହି କଣି ନାହାଁନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ୧୫ କୋଟି ଟଙ୍କାରେ କିଣିବା ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୧ କୋଟି ଓ ଜସପ୍ରୀତ ବୁମରାହଙ୍କୁ ୭ କୋଟି ଟଙ୍ଗାରେ କ୍ରୟ କରିଛି। ଦଳ ଏହି ତିନି ଜଣଙ୍କ ଉପରେ ଆସ୍ଥ୍‍ା ପ୍ରକଟ କରି ସେମାନଙ୍କୁ ଦଳରେ ପୁଣି ଥରେ ନେଇଛି।

ରୟାଲ ଚାଲେଞ୍ଜ ବେଙ୍ଗାଲୁର ବିରାଟ କୋହଲିଙ୍କୁ ୧୭ କୋଟି ଟଙ୍କାରେ କ୍ରୟ କରିବା ସହିତ ଏବି ଡିଭିଲର୍ସଙ୍କୁ ୧୧ କୋଟି ଟଙ୍କାରେ ଓ ସର୍ଫରାଜ ଖାଁଙ୍କୁ ୧.୭୫ କୋଟି ଟଙ୍କାରେ କିଣି ସେମାନଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛି।

ରାଜସ୍ଥାନ ରୟାଲ ପୁଣିଥରେ ଷ୍ଟିଭେନ୍ସ ସ୍ମିଥଙ୍କ ଉପରେ ଭରସା କରି ତାଙ୍କୁ ୧୨ କୋଟିରେ କିଣିଥିବା ବେଳେ ବେନ ଷ୍ଟ୍ରେକଙ୍କୁ ୧୨.୫ କୋଟି ଟଙ୍କାରେ କ୍ରୟ କରିଛି।

ସନ ରାଇଜର୍ସ ହାଇଦ୍ରାବାଦ ପୁଣିଥରେ ଡେଭିଡ ଓ୍ଵର୍ନର ଓ ଭୁବନେଶ୍ୱର କୁମାରଙ୍କୁ ନିଜ ଦଳରେ ସାମିଲ କରିଛି। ଓ୍ଵାର୍ନରଙ୍କୁ ୧୨ କୋଟିରେ ଓ ଭୁବନେଶ୍ୱର କୁମାରଙ୍କୁ ୮.୫ କୋଟି ଟଙ୍କାରେ କ୍ରୟ କରିଛି ଦଳ।

 

ଚେନ୍ନାଇ ସୁପର କିଙ୍ଗ୍‌ସ ପୁଣି ଥରେ ଧୋନୀ, ରାଇନା ଓ ଜାଦେଜାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ଦଳ ମହେନ୍ଦ୍ର ସିଂହ ଧୋନୀଙ୍କୁ ୧୫ କୋଟି, ରବୀନ୍ଦ୍ର ଜାଦେଜାଙ୍କୁ ୭ କୋଟି ଓ ରାଇନାଙ୍କୁ ୧୧ କୋଟି ଟଙ୍କାରେ କ୍ରୟ କରିଛି।
କିଙ୍ଗ୍‌ସ ଏକାଦଶ ପଞ୍ଜାବ ଶିଖର ଧାଓ୍ଵନଙ୍କୁ ୫.୨ କୋଟି, ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୭.୬ କୋଟି, ବ୍ରାଭୋଙ୍କୁ ୬.୪ କୋଟି, ଯୁବରାଜ ସିଂହଙ୍କୁ ୨ କୋଟି ଓ ଅକ୍ଷର ପଟେଲଙ୍କୁ ୬.୫ କୋଟି ଟଙ୍କାରେ କ୍ରୟ କରିଛି। ସେହିପରି କରୁଣ ନାୟାରଙ୍କୁ ୫.୬ କୋଟି ଓ କେଲ ରାହୁଲଙ୍କୁ ଦଳ ୧୧ କୋଟି ଟଙ୍କାରେ କ୍ରୟ କରିଛି।
କୋଲକାତା ନାଇଟ୍‌ ରାଇର୍ସ ସୁନୀଲ ନାରାୟଣଙ୍କୁ ୮.୫ କୋଟି, ଆଣ୍ଡ୍ରେ ରସେଲଙ୍କୁ ୭ କୋଟି ଓ ମାଇକେଲ ଷ୍ଟୋର୍କଙ୍କୁ ୯.୪ କୋଟି ଟଙ୍କାରେ କ୍ରୟ କରିଛି।
ସେହିପରି ଦିଲ୍ଲୀ ଡେୟାର ଡେଭିଲ୍ସ ରିଷଭ ପନ୍ଥଙ୍କୁ ୮ କୋଟି, କ୍ରିସ୍‌୍‌ ମୋରିସଙ୍କୁ ୭.୧ କୋଟି, ଶ୍ରେୟସ ଆୟାରଙ୍କୁ ୭ କୋଟି, କେ ପୋଲାର୍ଡଙ୍କୁ ୫.୪ କୋଟି ଓ ଗୌତମ ଗମ୍ଭୀରଙ୍କୁ ୨ କୋଟି ଟଙ୍କାରେ କ୍ରୟ କରିଛି।

ସମ୍ବନ୍ଧିତ ଖବର