କଟକ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୦୧୮ ସଂସ୍କରଣ ପାଇଁ ଆସନ୍ତା ୨୭ ତାରିଖରୁ ଖେଳାଳି ନିଲାମ କରାଯିବ। ତେବେ ଏହି ନିଲାମ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଓଡ଼ିଶାରୁ ୭ ଖେଳାଳି ଆବେଦନ କରିଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଗୋବିନ୍ଦ ପୋଦ୍ଦାର, ବିପ୍ଳବ ସାମନ୍ତରାୟ, ରାଜେଶ ଧୂପର, ଶୁଭ୍ରାଂଶୁ ସେନାପତି, ସୂର୍ଯ୍ୟକାନ୍ତ ପ୍ରଧାନ, ଶୁଭମ୍ ନାୟକ ଓ ଅଭିଷେକ ରାଉତ ଆବେଦନ କରିଛନ୍ତି। ନିଲାମ ପାଇଁ ୧୧ ଜଣଙ୍କ ତାଲିକା ଦେବାକୁ ଓସିଏକୁ ଆଇପିଏଲ୍ ପକ୍ଷରୁ କୁହାଯାଇଥିଲା। ଓସିଏ ମଧ୍ୟ ୧୧ ଜଣଙ୍କ ନାମ ଚୟନ କରିଥିଲା। ଉପରୋକ୍ତ ଖେଳାଳିଙ୍କ ବ୍ୟତୀତ ସନ୍ଦୀପ ପଟ୍ଟନାୟକ, ବସନ୍ତ ମହାନ୍ତି, ଦୀପକ ବେହେରା ଓ ଦେବବ୍ରତ ପ୍ରଧାନଙ୍କୁ ମଧ୍ୟ ଆବେଦନ କରିବାକୁ କୁହାଯାଇଥିଲା। ୧୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିବାର ଶେଷ ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଏହି ଅବଧି ସୁଦ୍ଧା ସନ୍ଦୀପ, ବସନ୍ତ, ଦୀପକ ଓ ଦେବବ୍ରତ ଆବେଦନ କରିପାରିନଥିବା ଜଣାପଡ଼ିଛି। ପୂର୍ବରୁ ଏମାନଙ୍କ ମଧ୍ୟରୁ କେବଳ ବିପ୍ଳବ ସାମନ୍ତରାୟଙ୍କ ଆଇପିଏଲ୍ ଖେଳିବାର ଅଭିଜ୍ଞତା ରଖିଥିଲା ବେଳେ ଗତ ଦୁଇ ସଂସ୍କରଣରେ ବିପ୍ଳବଙ୍କ ସହ ଗୋବିନ୍ଦ, ର୍ସୂଯ୍ୟକାନ୍ତଙ୍କୁ ଟ୍ରାଏଲ୍ସ ପାଇଁ ଡକାଯାଇଥିଲା। କିନ୍ତୁ ସେମାନଙ୍କୁ ଚୂଡ଼ାନ୍ତ ଦଳ ପାଇଁ ଚୟନ କରାଯାଇନଥିଲା।
ଆଇପିଏଲ୍ ନିଲାମ ପାଇଁ ଓଡ଼ିଶାରୁ ୭
/sambad/media/post_attachments/wp-content/uploads/2018/01/ipl-logo-759.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)