ଆଇପିଏଲ ଏଲିମିନେଟର : ହାଇଦ୍ରାବାଦ ଆଗରେ ୧୩୨ ରନର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ଆବୁ ଧାବି : ଆବୁ ଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର  ଏଲିମିନେଟର ମ୍ୟାଚରେ ହାଇଦ୍ରାବାଦ ଆଗରେ ୧୩୨ ରନର ବିଜୟ ଲକ୍ଷ୍ୟ ରଖିଛି ବାଙ୍ଗାଲୋର ।

ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ ଜିତି ବାଙ୍ଗାଲୋରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଜଣାଇଥିଲା । ଦଳ ଆରମ୍ଭରୁ ହିଁ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଅଧିନାୟକ ବିରାଟ କୋହଲି ୬ ରନ ଓ ଦେବଦତ୍ତ ପଲିକଲ୍ଲ  ୧ ରନ କରି ଆଉଟ ହୋଇଥିଲେ । ତେବେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଏବି ଡି’ଭିଲିୟର୍ସ ଓ ଆରନ ଫିଞ୍ଚ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ଦଳକୁ ବିପଦରୁ ଉଦ୍ଧାର କରିଥିଲେ । ଡି’ଭିଲିୟର୍ସ ୫୬ ଓ ଫିଞ୍ଚ୍ ୩୨ ରନ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଛଡ଼ା ପଛରେ ଆସିଥିବା ଅନ୍ୟ ବ୍ୟାଟ୍ସମ୍ୟାନମାନେ ନୈରାଶ୍ୟଜନକ ବ୍ୟାଟିଂର ପ୍ରଦର୍ଶନ କରିଥିଲେ । ଫଳରେ ବାଙ୍ଗାଲୋର ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୩୧ ରନ କରିବାକୁ ସକ୍ଷମ ହୋଇଥିଲା ।

ଗତକାଲି ଅନୁଷ୍ଠିତ ଆଇପିଏଲର ପ୍ରଥମ କ୍ବାଲିଫାୟର ମ୍ୟାଚରେ ମୁମ୍ବାଇ ଦିଲ୍ଲୀକୁ ୫୭ ରନରେ ପରାସ୍ତ କରିଥିଲା ।

ସମ୍ବନ୍ଧିତ ଖବର