ଆଇପିଏଲ ୨୦୧୯: କୋହଲିଙ୍କ ଆକର୍ଷଣୀୟ ଶତକ,କୋଲକତାକୁ ୨୧୪ରନର ବିଶାଳ ଲକ୍ଷ୍ୟ ଦେଲା ବାଙ୍ଗାଲୋର

କୋଲକତା: ସ୍ଥାନୀୟ ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ ୨୦୧୯ର ୩୫ତମ ମ୍ୟାଚରେ ବାଙ୍ଗାଲୋର ଦଳ କୋଲକତା ସମ୍ମୁଖରେ ୨୧୪ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ବାଙ୍ଗାଲୋର ଦଳ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ବିରାଟ କୋହଲୀଙ୍କ ଆକର୍ଷଣୀୟ ଶତକ ବଳରେ ୪ ଓ୍ଵିକେଟ ହରାଇ ୨୧୩ ରନ ସଂଗ୍ରହ କରିଥିଲା ।

ଆଜି କୋଲକତା ଦଳ ଟସ ଜିଣି ବାଙ୍ଗାଲୋରକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ବାଙ୍ଗାଲୋର ଇନିଂସର ପ୍ରମୁଖ ଆକର୍ଷଣ ଥିଲା ବିରାଟ କୋହଲିଙ୍କ ମାତ୍ର ୫୮ ବଲରେ ୪ ଛକା ଓ ୯ ଚୌକା ସହ ୧୦୦ ରନ ସଂଗ୍ରହ କରିଥିଲେ । ତାଙ୍କୁ ମୋଇନ ଅଲ୍ଲି ଉତ୍ତମ ସହଯୋଗ ଦେଇଥିଲେ । ସେ ୨୮ ବଲରେ ୬୬ ରନ କରିଥିଲେ । କୋଲକତା ତରଫରୁ ସୁନୀଲ ନାରିନ, ଆଣ୍ଡେ ରସେଲ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର