ଆଇପିଏଲ୍‌: ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ପ୍ରତିଶୋଧ ଆଶା ନେଇ ଖେଳୁଛି ପଂଜାବ

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ୪୨ ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କିଙ୍ଗସ୍‌ ଏକାଦଶ ପଂଜାବ ମଧ୍ୟରେ ବୁଧବାର ମ୍ୟାଚ ଖେଳାଯାଉଛି। ପୂର୍ବରୁ ଖେଳାଯାଇଥିବା ଏକ ମ୍ୟାଚରେ ପଂଜାବ ହାରିଥିବାରୁ ଆଜିର ମ୍ୟାଚ ଜିତି ପ୍ରତିଶୋଧ ନେବାକୁ ରଣନୀତି ପ୍ରସ୍ତୁତ କରିଛି। ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ପଂଜାବ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁ ବ୍ୟାଟିଂ କରୁଛି।

ଚଳିତ ଆଇପିଏଲ୍‌ରେ ପଂଜାବ ଟିମ୍‌ ୧୦ଟି ମ୍ୟାଚ ଖେଳି ସାରିଛି। ଏଥିରୁ ୫ଟିରେ ବିଜୟ ହାସଲ କରିଥିବା ବେଳେ ୫ଟି ମ୍ୟାଚରେ ପରାଜୟ ଶିକାର ହୋଇଛି। ଅଙ୍କ ତାଲିକାରେ ୧୦ ପଏଣ୍ଟ ପାଇଁ ପଂଜାବ ୫ମ ସ୍ଥାନରେ ରହିଛି। ବେଙ୍ଗାଲୁରୁ ମଧ୍ୟ ଏଯାଏଁ ୧୦ଟି ମ୍ୟାଚ ଖେଳିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଏହି ଟିମ ୩ଟି ମ୍ୟାଚ ଜିତିଥିବା ବେଳେ ୭ଟି ମ୍ୟାଚ ହାରିଛି। ଅଙ୍କ ତାଲିକାରେ ୬ ପଏଣ୍ଟ ହାସଲ କରି ଶେଷ ଅର୍ଥାତ ୮ମ ସ୍ଥାନରେ ରହିଛି।

ପଂଜାବ ଏବଂ ବେଙ୍ଗାଲୁରୁ ମଧ୍ୟରେ ଆଇପିଏଲ ଦ୍ୱାଦଶ ସଂସ୍କରଣରେ ଗୋଟିଏ ମ୍ୟାଚ ଖେଳାଯାଇଛି। ପଂଜାବର ମୋହାଲିସ୍ଥିତ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଏପ୍ରିଲ ୧୩ରେ ଏହି ମୁକାବିଲା ହୋଇଥିଲା। ପଂଜାବ ପ୍ରଥମ ଇନିଂସରେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ଟି ଓ୍ଵିକେଟ ହରାଇ ୧୭୩ ରନ କରିଥିଲା। ବିଜୟ ଲକ୍ଷ୍ୟକୁ ବେଙ୍ଗାଲୁରୁ ୧୯.୨ ଓଭରରେ ୨ଟି ଓ୍ଵିକେଟ ହରାଇ ପୂରା କରିଥିଲା।

ସମ୍ବନ୍ଧିତ ଖବର