ଆଇପିଏଲ : ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ବାଙ୍ଗାଲୋର

ଆବୁଧାବି : ଆବୁଧାବିର ଶେଖ୍ ଜାୟେଦ୍ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୧ର ୩୧ତମ ମ୍ୟାଚ ବାଙ୍ଗାଲୋର ଓ କୋଲକାତା ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।

ଚଳିତ ଆଇପିଏଲରେ କୋଲକାତାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ୭ଟି ମ୍ୟାଚ ଖେଳି ୨ ବିଜୟ ଓ ୫ ପରାଜୟ ସହ ମୋଟ ମାତ୍ର ୪ ପଏଣ୍ଟ ପାଇଛି । ଫଳରେ ଦଳ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ବାଙ୍ଗାଲୋର ଦଳ ୭ଟି ମ୍ୟାଚ ଖେଳି ୫ ବିଜୟ ଓ ୨ ପରାଜୟ ସହ ୧୦ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି ।

ଗତ କାଲି ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନରେ ପରାସ୍ତ କରିଥିଲା । ଏହି ବିଜୟ ଫଳରେ ଚେନ୍ନାଇ ଏବେ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର