ଆରମ୍ଭ ହେଲା ଆଇପିଏଲ ୨୦୨୧ : ପ୍ରଥମ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ବାଙ୍ଗାଲୋର

ଚେନ୍ନାଇ : ଆଜି ଚେନ୍ନାଇର ଏମଏ.ଚିଦାମ୍ବରମ ଷ୍ଟାଡିୟମଠାରେ ଆରମ୍ଭ ହେଉଛି ଭାରତୀୟ କ୍ରିକେଟର ମହାକୁମ୍ଭ ଇଣ୍ଡିଆ ପ୍ରିମିୟର ଲିଗ ବା ଆଇପିଏଲର ଚତୁର୍ଦ୍ଦଶ ସଂସ୍କରଣ । ଉଦଘାଟନୀ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । କରୋନା କଟକଣା ପାଇଁ ଏ ବର୍ଷ ଷ୍ଟାଡିୟମରେ ବିନା ଦର୍ଶକରେ ଆଇପିଏଲ ମ୍ୟାଚ ଖେଳାଯାଉଛି ।

ଗତ ବର୍ଷ କରୋନା ମହାମାରୀ ପାଇଁ ଦୁବାଇଠାରେ ଆଇପିଏଲ ଖେଳାଯାଇଥିଲା । କିନ୍ତୁ ଏଥର ବି କରୋନାର ୨ୟ ଲହରୀ ଚାଲିଥିବା ସତ୍ତ୍ବେ ଭାରତରେ ଆଇପିଏଲ ଖେଳାଯାଉଛି । ତେବେ ଦେଶରେ ଦୈନିକ କରୋନା ସଂକ୍ରମଣ ୧ ଲକ୍ଷ ଟପିଯାଇଥିବା ବେଳେ ଭାରତରେ ଏହି ଅତ୍ୟନ୍ତ ଲୋକପ୍ରିୟ, ଦାମୀ ଓ ଚର୍ଚ୍ଚିତ ଲିଗ୍ ଆୟୋଜନ ନେଇ ତର୍କବିତର୍କ ଆରମ୍ଭ ‌ହୋଇଛି। ଅନେକ ପ୍ରଶ୍ନ ବି ଉଠିଛି। ହେଲେ ଏଭଳି ଏକ ଅସ୍ବାଭାବିକ ପରିସ୍ଥିତିରେ ଆଇପିଏଲ୍ ଖୁସିର ବାହକ ହୋଇଆସିବ ବୋଲି କ୍ରିକେଟ୍‌ପ୍ରେମୀ ଆଶା ରଖିଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତ ଶର୍ମା, କ୍ରିସ ଲିନ, ଇଶାନ କିଷାନ, କିରଣ ପୋଲାର୍ଡ, ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ବ୍ୟାଟ୍ସମ୍ୟାନ ଥିବା ବେଳେ ବାଙ୍ଗାଲୋର ଟିମରେ ବିରାଟ କୋହଲି, ଏବି ଡିଭିଲିୟର୍ସ, ଗ୍ଲେନ ମ୍ୟାକ୍ସୱେଲ ଓ ଡାନିଏଲ କ୍ରିଷ୍ଟିଆନଙ୍କ ଭଳି ଖେଳାଳି ରହିଛନ୍ତି । ତେଣୁ ଦୁଇ ଦଳ ମଧ୍ୟରେ ମୁକାବିଲା କଡ଼ାକଡ଼ି ହେବ ହୋଲି ଆଶା କରାଯାଉଛି।

 

ସମ୍ବନ୍ଧିତ ଖବର