ଆଇପିଏଲ୍‌: ଟସ୍‌ ଜିଣି ଚେନ୍ନାଇର ବୋଲିଂ ନିଷ୍ପତ୍ତି, ହାଇଦ୍ରାବାଦ୍‌ର ବ୍ୟାଟିଂ ଜାରି

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ୪୧ତମ ମ୍ୟାଚ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଜାରି ରହିଛି। ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ହାଇଦ୍ରାବାଦ ବ୍ୟାଟିଂ କରୁଛି।

ଚଳିତ ସଂସ୍କରଣର ଆଇପିଏଲ୍‌ରେ ଚେନ୍ନାଇ ଏଯାଏଁ ୧୦ଟି ମ୍ୟାଚ ଖେଳି ସାରିଥିବା ବେଳେ ସେଥିରୁ ୭ଟିରେ ବିଜୟ ହାସଲ କରି ୧୪ ପଏଣ୍ଟ ପାଇଛି। ଅଙ୍କ ତାଲିକାରେ ଚେନ୍ନାଇ ୨ୟ ସ୍ଥାନରେ ରହିଛି। ଚେନ୍ନାଇର ଉପରକୁ ଦିଲ୍ଲୀ କ୍ୟାପିଟାଲସ୍‌ ଅଛି। ହାଇଦ୍ରାବାଦ୍‌ ପଏଣ୍ଟ ତାଲିକାରେ ୪ର୍ଥ ସ୍ଥାନରେ ରହିଛି। ଟିମ୍‌ ୯ଟି ମ୍ୟାଚ ଖେଳି ୫ଟିରେ ବିଜୟ ହାସଲ କରିବା ସହିତ ୧୦ ପଏଣ୍ଟ ହାସଲ କରିଛି।

ଚଳିତ ଆଇପିଏଲରେ ଚେନ୍ନାଇ ଓ ହାଇଦ୍ରାବାଦ ମଧ୍ୟରେ ଗୋଟିଏ ମ୍ୟାଚ ଏପ୍ରିଲ ୧୭ରେ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଚେନ୍ନାଇ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୧୩୨ ରନ କରିଥିଲା।। ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ୧୬.୫ ଓଭରରେ ୪ଟି ଓ୍ଵିକେଟ ହରାଇ ହାସଲ କରିଥିଲା।

ସମ୍ବନ୍ଧିତ ଖବର