ଆଇପିଏଲ୍‌ ୧୨: କୋଲକତାକୁ ୭ ଓ୍ଵିକେଟରେ ପରାସ୍ତ କଲା ଚେନ୍ନାଇ ସୁପରକିଙ୍ଗସ୍‌

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ୨୩ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍‌ କୋଲକତା ନାଇଟ ରାଇଡର୍ସକୁ ୭ ଓ୍ଵିକେଟରେ ପରାସ୍ତ କରିଛି । ଆଜି ମ୍ୟାଚରେ କାମ ଦେଲାନି ରସେଲ୍‌ ପାଓ୍ଵାର, ଚେନ୍ନାଇ ଆଗରେ ଫିକା ପଡିଲା ରସେଲ୍‌ଙ୍କ ଅର୍ଦ୍ଧଶତକ । ଦ୍ୱିତୀୟ ପାଳିରେ ୧୦୯ ରନ୍‌ର ପିଛାକରି ଚେନ୍ନାଇ ୧୭.୨ ଓଭରରେ ୧୧୧ ରନ୍‌ କରିଛି । ଚେନ୍ନାଇ ପକ୍ଷରୁ ଫାପ୍‌ ଡୁ ଫ୍ଳେସିସ୍‌ (୪୩ରନ୍‌ ୪୫ବଲ୍‌ ୩ ଚଉକା ) କରିଥିବା ବେଳେ ଅମ୍ବାତି ରାୟୁଡୁ (୨୧ ରନ୍‌ ୩୧ ବଲ୍‌ ୨ ଚଉକା) କରିଥିଲେ । ଚଳିତ ଆଇପିଏଲ୍‌ରେ ଚେନ୍ନାଇର ଏହା ପଞ୍ଚମ ବିଜୟ ଅଟେ । ଏହା ସହ ୧୦ ପଏଣ୍ଟ ହାସଲ କରି ଟେବୁଲର ଶୀର୍ଷରେ ରହିଛି ଚେନ୍ନାଇ ସୁପରକିଙ୍ଗସ୍‌ ।

ଦ୍ୱିତୀୟ ଇନିଂସରେ ୧୦୯ ରନ୍‌ ବିଜୟ ଲକ୍ଷ୍ୟ ନେଇ ଚେନ୍ନାଇ ବ୍ୟାଟିଂ ଆରମ୍ଭ କରିଥିଲା। ଟିମ୍‌ ସ୍କୋର ୧୮ ରନ୍‌ରେ ସେନ୍‌ ଓ୍ଵାଟସନ୍‌ (୧୭ ରନ୍‌) କରି ସୁନିଲ ନାରିନଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ ଫେରିଥିଲେ। କୋଲକାତାର ୨ୟ ଶିକାର ହୋଇଥିଲେ ସୁରେଶ ରାଇନା। ରାଇନା ୧୩ଟି ବଲ ଖେଳି ୧୪ ରନ ଯୋଡ଼ିବା ପରେ ସୁନିଲଙ୍କ ଦ୍ୱାରା ଆଉଟ ହୋଇ ପାଭଲିଅନ ଫେରିଥିଲେ। ସେତେ ବେଳକୁ ସ୍କୋର ୩୫ ରନ୍‌ ଥିଲା।

ଆନ୍ଦ୍ରେ ରସେଲ (ଅପରାଜିତ ୫୦ ରନ, ୪୪ ବଲ, ୫ ଚୌକା, ୩ ଛକା)ଙ୍କ ଅର୍ଦ୍ଧଶତକ ବଳରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ୨୩ତମ ମ୍ୟାଚରେ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵକେଟ ହରାଇ ୧୦୮ ରନ୍‌ କରିଥିଲା। ଫଳରେ ଚେନ୍ନାଇକୁ ୧୦୯ ରନ୍‌ ଟାର୍ଗେଟ ମିଳିଥିଲା। ଚେନ୍ନାଇ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରିଥିଲା। ଚଳିତ ଆଇପିଏଲ୍‌ରେ କୋଲକାତାର ଏହା ହେଉଛି ସର୍ବନିମ୍ନ ସ୍କୋର।

କୋଲକାତା ସ୍କୋର ୧୦ ରନ୍‌ କରିବା ପୂର୍ବରୁ କ୍ରିସ୍‌ ଲିନ୍‌, ସୁନିଲ ନାରିନ୍‌ ଓ ନୀତିଶ ରାଣାଙ୍କୁ ହରାଇ ସାରିଥିଲା। ସ୍କୋର ୬ ରନ୍‌ରେ ଲିନ୍‌ (୦ ରନ୍‌), ୮ ରନ୍‌ରେ ନାରିନ୍‌ (୬ ରନ୍‌) ଓ ୯ ରନ୍‌ରେ ରାଣା (୦ ରନ୍‌) ଆଉଟ୍‌ ହୋଇଥିଲେ। ଚେନ୍ନାଇର ୪.୪ ଓଭରରେ ୪ର୍ଥ ଶିକାର ହୋଇଥିଲେ ରବିନ ଉଥାପା (୧୧ ରନ୍‌)। ଦିପକ ଚହରଙ୍କ ବଲ ଅମ୍ବାତି ରାୟଡୁଙ୍କୁ ଦେଇ ଆଉଟ୍‌ ହୋଇଥିଲେ। କୋଲକାତା ୫ମ ଓ୍ଵିକେଟ ଭାବରେ ଅଧିନାୟକ ଦିନେଶ କାର୍ତ୍ତିକ (୧୯ ରନ୍‌)। ସେ ଇମ୍ରାନ ତାହିରଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ।

କୋଲକାତା ସ୍କୋର ୪୭ ରନ୍‌ରେ ୬ଷ୍ଠ ଓ୍ଵିକେଟରେ ଶୁଭମନ ଗିଲ, ୭୬ ରନ୍‌ରେ ପିୟୁଷ ଗୋୟଲ ଓ କୁଲଦୀପ ଯାଦବ ଓ ୭୯ ରନ୍‌ରେ ପ୍ରାସିଦ କ୍ରିଷ୍ଣା ଆଉଟ୍‌ ହୋଇଥିଲେ। ଦିପକ ଚହରଙ୍କୁ ୩ଟି ଓ୍ଵିକେଟ ମିଳିଥିଲା। ସେହିପରି ହରଭଜନ ସିଂହ ଓ ଇମ୍ରାନ ତାହିର ୨-୨ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର