ଆଇପିଏଲ : ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ଚେନ୍ନାଇ

ଆବୁଧାବି : ଚଳିତ ଆଇପିଏଲର ୩୭ତମ ମ୍ୟାଚ ଆଜି ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଚେନ୍ନାଇ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ ନେବାକୁ ନିଷ୍ପତ୍ତି ନେଇଛି ।

ଆଇପିଏଲର ଚଳିତ ସଂସ୍କରଣରେ ଉଭୟ ଚେନ୍ନାଇ ଓ ରାଜସ୍ଥାନ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଆସିଛି । ଚେନ୍ନାଇ ଦଳ ୯ଟି ମ୍ୟାଚ ଖେଳି ମାତ୍ର ୩ଟିରେ ବିଜୟ ହାସଲ କରିଥିବାବେଳେ ୬ଟିରେ ପରାଜୟ ବରଣ କରିଛି । ଫଳରେ ଦଳ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ରାଜସ୍ଥାନ ମଧ୍ୟ ୯ଟି ମ୍ୟାଚ ଖେଳି ମାତ୍ର ୩ଟିରେ ବିଜୟ ହାସଲ କରିଥିବାବେଳେ ୬ଟିରେ ପରାଜୟ ବରଣ କରିଛି । ଦଳ ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୮ମ ଅର୍ଥାତ ସବୁଠାରୁ ତଳେ ରହିଛି ।

ସମ୍ବନ୍ଧିତ ଖବର