ଆଇପିଏଲ୍‌: ସୁରେଶ ରାଇନାଙ୍କ ଅର୍ଦ୍ଧଶତକ, କୋଲକାତାକୁ ୫ ଓ୍ଵିକେଟରେ ପରାସ୍ତ କଲା ଚେନ୍ନାଇ

କୋଲକାତା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ରବିବାର ମ୍ୟାଚରେ ସୁରେଶ ରାଇନାଙ୍କ ଅପରାଜିତ ଅର୍ଦ୍ଧଶତକ (୫୮ରନ, ୪୨ ବଲ, ୭ ଚୌକା, ୧ ଛକା) ବଳରେ ଚେନ୍ନାଇ ସୁପର କିଙ୍ଗସ୍‌ ୫ ଓ୍ଵିକେଟରେ କୋଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଛି। ଚେନ୍ନାଇ ୧୯.୪ ବଲ ଖେଳି ୫ଟି ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ପୂରା କରିଛି। ରବୀନ୍ଦ୍ର ଜାଦେଜା ଅପରାଜିତ ୩୧ ରନ କରିଛନ୍ତି। କୋଲକାତାର ବୋଲର ସୁନୀଲ ନାରାୟଣ ଓ ପୀୟୁଷ ଚାଓ୍ଵଲା ୨-୨ ଓ୍ଵିକେଟ ନେଇଥିବା ବେଳେ ହରି ଗୁରନି ଗୋଟିଏ ଓ୍ଵିକେଟ ନେଇଛନ୍ତି।

କୋଲକାତାର ଇଡେନ ଗାର୍ଡେନରେ ୧୬୨ ରନ୍‌ ଟାର୍ଗେଟ ନେଇ ଚେନ୍ନାଇ ବ୍ୟାଟିଂ କରିଥିଲା। ଟିମ୍‌ ୨୯ ରନ୍‌ରେ ସେନ ଓ୍ଵାଟସନ (୬ରନ୍‌) ଙ୍କୁ ହରାଇଥିଲା। ସେହିଭଳି ଦଳୀୟ ସ୍କୋର ୪୪ ରନ୍‌ରେ ଫାପ ଡୁ ପ୍ଳେସିସ (୨୪ ରନ), ୬୧ ରନରେ ଅମ୍ବାତି ରାୟଡୁ (୫ ରନ), ୮୧ ରନରେ କେଦାର ଯାଦବ (୨୦ ରନ୍‌), ୧୨୧ ରନରେ ମହେନ୍ଦ୍ର ସିଂହ ଧୋନି (୧୬ ରନ) ଆଉଟ ହୋଇଥିଲେ।

Cricbuzz

ପ୍ରଥମ ଇନିଂସରେ ଚେନ୍ନାଇ ସୁପର କିଙ୍ଗସ୍‌ର ବୋଲର ଇମ୍‌ରାନ୍‌ ତାହିର ଓ ଶାର୍ଦ୍ଦୁଲ ଠାକୁର ୬ ଓ୍ଵିକେଟ ନେଇଥିଲେ। କୋଲକାତା ନାଇଟ୍‌ ରାଇଡର୍ସର ଓପନର କ୍ରିସ୍‌ ଲି୍‌ (୮୨ ରନ୍‌, ୫୧ ବଲ, ୭ ଚୌକା, ୬ ଛକା), ନୀତିଶ ରାଣା (୨୧ ରନ୍‌, ୧୮ ବଲ), ଅଧିନାୟକ ରବିନ ଉଥାପା (୦ ରନ୍‌) ଓ ଆନ୍ଦ୍ରେ ରସେଲ (୧୦ ରନ୍‌, ୪ ବଲ)ଙ୍କୁ ଇମ୍‌ରାନ୍‌ ଆଉଟ କରିଥିଲେ। ସେହିପରି ଦିନେଶ କାର୍ତ୍ତିକ (୧୮ ରନ୍‌, ୧୪ ବଲ) ଓ ଶୁଭମନ ଗିଲ (୧୫ ରନ୍‌)ଙ୍କୁ ଶାର୍ଦ୍ଦୁଲ ଠାକୁର ପାଭଲିଅନ ପଠାଇଥିଲେ। ସେହିପରି କୁଲଦୀପ ଯାଦବଙ୍କୁ ଶାର୍ଦ୍ଦୁଲ ଠାକୁର ଓ ମହେନ୍ଦ୍ର ସିଂହ ଧୋନି ରନ୍‌ ଆଉଟ କରିଥିଲେ।

ଚେନ୍ନାଇ ସୁପର କିଙ୍ଗସ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ ହରାଇ ୧୬୧ ରନ୍‌ କରିଥିଲା। ଫଳରେ ଚେନ୍ନାଇକୁ ୧୬୨ ରନ୍‌ ଟାର୍ଗେଟ ମିଳିଥିଲଶ। ପ୍ରଥମ ଓ ଦ୍ୱିତୀୟ ଓ୍ଵିକେଟରେ କୋଲକାତା ଭଲ ଖେଳିଥିବା ବେଳେ ପରବର୍ତ୍ତୀ ସମୟରେ ଗୋଟିଏ ପରେ ଗୋଟିଏ ଓ୍ଵିକେଟ ହରାଇଥିଲା।

କୋଲକାତା ସ୍କୋର ୩୮ ରନ୍‌ରେ ସୁନିଲ ନାରାୟଣ, ୭୯ ରନ୍‌ରେ ନୀତିଶ ରାଣା, ୮୦ ରନ୍‌ରେ ରବିନ ଉଥାପା, ୧୨୨ ରନରେ କ୍ରିସ ଲିନ ଓ ଦିନେଶ କାର୍ତ୍ତିକ, ୧୩୨ ରନରେ ଆନ୍ଦ୍ରେ ରସେଲ, ୧୫୦ ରନ୍‌ରେ ଦିନେଶ କାର୍ତ୍ତିକ ଆଉଟ୍‌ ହୋଇଥିଲେ। ସେହିପରି ସ୍କୋର ଚେନ୍ନାଇ ସ୍କୋର ୧୬୧ ରନ୍‌ରେ ଶୁଭମନ ଗିଲ ଓ କୁଲଦୀପ ଯାଦବଙ୍କୁ ଆଉଟ କରିଥିଲା।

ସମ୍ବନ୍ଧିତ ଖବର