ଆଇପିଏଲ : ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେଲା ଚେନ୍ନାଇ

ଦୁବାଇ : ଚଳିତ ଆଇପିଏଲର ୪୯ତମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗସ ଓ କୋଲକାତା ନାଇଟରାଇଡର୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଚେନ୍ନାଇ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଏଥରର ଆଇପିଏଲରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବାଧିନ ଚେନ୍ନାଇର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ ଖେଳି ୪ ବିଜୟ ୮ ପରାଜୟ ସହ ମାତ୍ର ୮ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି । ଅନ୍ୟପକ୍ଷରେ କୋଲକାତା ଦଳ ୧୨ଟି ମ୍ୟାଚ ଖେଳି ୬ ବିଜୟ ୬ ପରାଜୟ ସହ ୧୨ ପଏଣ୍ଟ ପାଇ ୫ମ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର