ଆଇପିଏଲ : ପ୍ରଥମ ମ୍ୟାଚରେ ଋତୁରାଜଙ୍କ ବିସ୍ଫୋରଣ, ଗୁଜରାଟ ଆଗରେ ୧୭୯ ରନର ଲକ୍ଷ୍ୟ ରଖିଲା ଚେନ୍ନାଇ

ଅହମ୍ମଦାବାଦ : ଆରମ୍ଭ ହୋଇଯାଇଛି କ୍ରିକେଟ୍ ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ ।  ଚେନ୍ନାଇ ସୁପରକିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଥିବା ପ୍ରଥମ ମ୍ୟାଚରୁ ହିଁ ଆଇପିଏଲର ରୋମାଞ୍ଚ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଚେନ୍ନାଇ ବ୍ୟାଟର ଋତୁରାଜ ଗାଇକ୍ବାଡଙ୍କ ବ୍ୟାଟିଂ ବିସ୍ଫୋରଣ ଦେଖିବାକୁ ମିଳିଛି । ମାତ୍ର ୫୦ ବଲରୁ ସେ ବିସ୍ଫୋରକ ୯୨ ରନ କରିଛନ୍ତି । ଏହା ବଳରେ ହିଁ ଗୁଜରାଟ ଆଗରେ ୧୭୯ ରନର ଏକ ବଡ଼ ସ୍କୋର ଛିଡ଼ା କରିଛି ଚେନ୍ନାଇ ।

ଏହି ମ୍ୟାଚରେ ଗୁଜରାଟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୭୮ ରନ କରିଥିଲା । ଦଳର ଏହି ସ୍କୋର ପଛରେ ସବୁଠାରୁ ଅଧିକ ଅବଦାନ ଥିଲା ଗାଇକ୍ବାଡଙ୍କ ଲଢୁଆ ଇନିଂସର । କିନ୍ତୁ ଦଳର ଅନ୍ୟ ବ୍ୟାଟରମାନେ ବିଫଳ ହୋଇଥିଲେ । ମୋଇନ ଅଲ୍ଲି ୨୩ରନ କରିଥିବାବେଳେ ଶୁଭମ ଦୁବେ ୧୯ ରନ କରିଥିଲେ । ଗୁଜରାଟ ପକ୍ଷରୁ ମହମ୍ମଦ ସମ୍ମି, ରସିଦ ଖାଁ ଓ ଅଲଜାରି ଜୋସେଫ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର