ଜୋତା କାରିଗରଙ୍କ ପୁଅକୁ ୨୦ ଲକ୍ଷ ଟଙ୍କାରେ କିଣିଲା କେକେଆର

ନୂଆଦିଲ୍ଲୀ: ଆମୀର ଖାନଙ୍କ ସିନେମା ‘୩ ଇଡିଅଟ୍ସରେ’ ଏକ ସଂଳାପ ଅଛି, ଯେଉଁଥିରେ ଆମୀର ଖାନ ତାଙ୍କ ସାଙ୍ଗମାନଙ୍କୁ କହୁଛନ୍ତି, ସକ୍ଷମ ହୁଅ, ସଫଳତା ଆପଣାଛାଏଁ ଆସିବ | ବାସ୍ତବରେ ଏମିତି ହିଁ ଘଟିଥାଏ। ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ  ସକ୍ଷମ ଏବଂ ସ୍ବତନ୍ତ୍ର ମଧ୍ୟ| ତାଙ୍କ ନାମ ରମେଶ କୁମାର। ଚଳିତ ଥର ରମେଶ କୁମାରଙ୍କୁ କୋଲକାଟା ନାଇଟ୍ ରାଇଡର୍ସ (କେକେଆର) ୨୦ ଲକ୍ଷ ଟଙ୍କା ମୂଲ୍ୟରେ ଦଳରେ ସାମିଲ କରିଛି।

ଭିଡିଓରେ ଆପଣ ନିଶ୍ଚୟ ଦେଖିବାକୁ ପାଇଥିବେ ଯେ ଜଣେ ଯୁବକ ଅନେକ ଛକା ଓ ଚୌକା ମାରୁଛନ୍ତି। ଏହି ଯୁବକ ଜଣକ ହେଉଛନ୍ତି ରମେଶ କୁମାର | ରମେଶ ଯେତେବେଳେ କ୍ରିକେଟ୍ ପଡ଼ିଆକୁ ଓହ୍ଲାନ୍ତି, ସେତେବେଳେ ସେ ମାହିଭାଇଙ୍କ ପରି ଛକା ଓ ଚୌକା ମାରିଥାଆନ୍ତି। ସୋସିଆଲ ମିଡିଆରେ ସୁନୀଲ କୁମାର ମଧ୍ୟ ବହୁତ ଲୋକପ୍ରିୟ। ଟେନିସ୍ କ୍ରିକେଟ୍ ବଲ୍ ଦୁନିଆରେ ଲୋକମାନେ ତାଙ୍କୁ ନାରାୟଣ ଜଲାଲାବାଦିଆ ବୋଲି ଜାଣନ୍ତି | ବ୍ୟାଟିଂ ସହିତ ସେ ଭଲ ବୋଲିଂ ମଧ୍ୟ କରନ୍ତି।

ରମେଶଙ୍କ ପାଇଁ ଆଇପିଏଲରେ ଖେଳିବା ଏକ ସ୍ୱପ୍ନଠାରୁ କମ୍ ନୁହେଁ | ରମେଶ ଜଣେ ପେସାଦାର କ୍ରିକେଟର ମଧ୍ୟ ନୁହଁନ୍ତି। ସେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ରମେଶ କୁମାରଙ୍କ ପିତା ଜଣେ ଜୋତା କାରିଗର ଭାବେ କାମ କରୁଥିବା  ବେଳେ ମା ପାଖ ଗ୍ରାମକୁ ଯାଇ ଚୁଡ଼ି ଓ ମନୋହରୀ ସାମଗ୍ରୀ ବିକ୍ରି କରିଥାଆନ୍ତି | ରମେଶଙ୍କ କଠିନ ପରିଶ୍ରମ ହେତୁ ତାଙ୍କୁ ଆଜି ଏଭଳି ସଫଳତା ମିଳିଛି। ପ୍ରତିଭାଶାଳୀ ଖେଳାଳିଙ୍କ ପାଇଁ ଆଇପିଏଲ ଏକ ଉତ୍ତମ ପ୍ଲାଟଫର୍ମରେ ପରିଣତ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର