ଆଇପିଏଲ୍‌: ଏଲିମିନେଟର ମ୍ୟାଚରେ ହାଇଦ୍ରାବାଦ-ଦିଲ୍ଲୀ ମୁକାବିଲା ଆଜି

ବିଶାଖାପାଟଣା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ଏଲିମିନେଟର ମ୍ୟାଚ୍‌ ବୁଧବାର ଦିଲ୍ଲୀ କ୍ୟାପିଟାଲସ୍‌ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ମୁକାବିଲା ହେଉଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଓ୍ଵାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳାଯାଉଛି।

ଚଳିତ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲସ୍‌ ୧୪ଟି ମ୍ୟାଚ ଖେଳି ୯ଟିରେ ବିଜୟ ହାସଲ କରିଛି। ଟିମ୍‌ ଅଙ୍କ ତାଲିକାରେ ୧୮ ପଏଣ୍ଟ ହାସଲ କରି ୩ୟ ସ୍ଥାନ ଅଧିକାର କରିଛି। ବିପକ୍ଷରେ ଖେଳୁଥିବା ହାଇଦ୍ରାବାଦ୍‌ ଟିମ୍‌ ୧୪ଟି ମ୍ୟାଚ୍‌ ଖେଳି ଏଥିରୁ ୬ଟିରେ ବିଜୟୀ ହୋଇଛି। ଟିମ୍‌ ୧୨ ପଏଣ୍ଟ ପାଇଁ ଅଙ୍କ ତାଲିକାର ୪ର୍ଥ ସ୍ଥାନରେ ଅଛି।

ଦିଲ୍ଲୀ ଓ ହାଇଦ୍ରାବାଦ୍‌ ମଧ୍ୟରେ ଚଳିତ ସଂସ୍କରଣର ମ୍ୟାଚ୍‌ରେ ଏପ୍ରିଲ ୪ରେ ପ୍ରଥମ ଲିଗ୍‌ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୮ ଓ୍ଵିକେଟ ବିନିମୟରେ ୧୨୯ ରନ୍‌ କରିଥିଲା। ଜବାବରେ ହାଇଦ୍ରାବାଦ୍‌ ୧୮.୩ ଓଭରରେ ୫ଟି ଓ୍ଵିକେଟ ହରାଇ ୧୩୧ ରନ୍‌ କରି ବିଜୟ ହାସଲ କରିଥିଲା। ଅପରପକ୍ଷେ ଏପ୍ରିଲ ୧୪ରେ ଅନ୍ୟ ଏକ ମୁକବିଲାରେ ହାଇଦ୍ରାବାଦ୍‌କୁ ଦିଲ୍ଲୀ ୩୯ ରନରେ ପରାସ୍ତ କରିଥିଲା। ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟରେ ୧୫୫ ରନ କରିଥିଲା। ପରେ ହାଇଦ୍ରାବାଦକୁ ୧୧୬ ରନରେ ଅଲଆଉଟ କରିଥିଲା।

ସମ୍ବନ୍ଧିତ ଖବର