ବାଙ୍ଗାଲୋର ଆଗରେ ୧୯୭ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଆଇପିଏଲ ୨୦୨୦ର ୧୯ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୧୯୭ ରନର ଲକ୍ଷ୍ୟ ରଖିଛି ।

ଏହି ମ୍ୟାଚରେ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦିଲ୍ଲୀ ପକ୍ଷରୁ ପୃଥ୍ଵୀ ସ’ ଓ ଶିଖର ଧଓ୍ଵନ ଦଳକୁ ଭଲ ଆରମ୍ଭ ଦେଇଥିଲେ । ସ’ ୪୨ ରନ କରିଥିବାବେଳେ ଧଓ୍ଵନ ୩୨ ରନ କରିଥିଲେ । ଉଭୟ ପ୍ରଥମ ଓ୍ଵିକେଟ ଯୋଡ଼ିରେ ୬୮ ରନର ଭାଗିଦାରୀ କରିଥିଲେ । ମାତ୍ର ଅଧିନାୟକ ଶ୍ରେୟସ ଆୟର ୧୧ ରନ କରିଥିଲେ । ତେବେ ଋଷଭ ପନ୍ଥ ଓ ମାର୍କସ ଷ୍ଟଇନିସ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ତରକୁ ନେଇଥିଲେ । ପନ୍ଥ ୩୭ ରନ କରିଥିବାବେଳେ ଷ୍ଟଇନିସ ସର୍ବାଧିକ ୫୩ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୯୬ କରିଥିଲା ।

ଚଳିତ ଆଇପିଏଲରେ ଉଭୟ ଦିଲ୍ଲୀ ଓ ବାଙ୍ଗାଲୋର ଦଳ ଲଢୁଆ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ଅଛନ୍ତି । ଦିଲ୍ଲୀ ଏପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ୩ଟିରେ ବିଜୟ ଓ ଗୋଟିଏରେ ପରାଜୟ ବରଣ କରି ୬ ପଏଣ୍ଟ ପାଇଛି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ୩ଟିରେ ବିଜୟ ଓ ଗୋଟିଏରେ ପରାଜୟ ବରଣ କରି ୬ ପଏଣ୍ଟ ପାଇଛି । ଉଭୟ ଦଳଙ୍କ ପଏଣ୍ଟ ସମାନ ଥିଲେ ମଧ୍ୟ ଉନ୍ନତ ରନରେଟ ଭିତ୍ତିରେ ଦିଲ୍ଲୀ ବାଙ୍ଗାଲୋର ଉପରେ ରହିଛି । କିନ୍ତୁ ଆଜି ଯେଉଁ ଦଳ ଜିତିବ, ସେ ମୁମ୍ବାଇକୁ ଟପି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ପହଞ୍ଚିବ ।

ସମ୍ବନ୍ଧିତ ଖବର