ଆବୁ ଧାବି : ଆବୁ ଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ଏଲିମିନେଟର ମ୍ୟାଚଟି ହାଇଦ୍ରାବାଦ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।
ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ଗତ ୫ଟି ମ୍ୟାଚରେ ପଛରେ ବ୍ୟାଟିଂ କରିଥିବା ଦଳ ବିଜୟ ହାସଲ କରିଛି । ଏ ଦୃଷ୍ଟିରୁ ହାଇଦ୍ରାବାଦ ଆଜି ଟସ ଜିତି ସ୍ବାଭାବିକ ଭାବେ ବୋଲିଂ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ଗତ କାଲି ଅନୁଷ୍ଠିତ ଆଇପିଏଲର ପ୍ରଥମ କ୍ବାଲିଫାୟର ମ୍ୟାଚରେ ମୁମ୍ବାଇ ଦିଲ୍ଲୀକୁ ୫୭ ରନରେ ପରାସ୍ତ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/hyderabad.jpg)