ନୂଆଦିଲ୍ଲୀ: ଆଇପିଏଲ୍ର ପରବର୍ତ୍ତୀ ତିନି ଋତୁ ପାଇଁ ତାରିଖ ଧାର୍ଯ୍ୟ କରିଛି ବିସିସିଆଇ। ୨୦୨୫ ଆଇପିଏଲ୍ ଋତୁ ମାର୍ଚ୍ଚ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ମେ ୨୫ ତାରିଖରେ ଶେଷ ହେବ। ୨୦୨୬ରେ ମାର୍ଚ୍ଚ ୧୫ରୁ ମେ’ ୩୧ ଓ ୨୦୨୭ରେ ମାର୍ଚ୍ଚ ୧୪ରୁ ମେ’ ୩୦ ତାରିଖ ପର୍ଯ୍ୟନ୍ତ ଆଇପିଏଲ୍ ଅନୁଷ୍ଠିତ ହେବ। ଫ୍ରାଞ୍ଚାଇଜ୍ଗୁଡ଼ିକୁ ବିସିସିଆଇ ଏହି ତାରିଖଗୁଡ଼ିକ ବିଷୟରେ ଅବଗତ କରିଛି। ସଂଯୋଗବସତଃ ତିନିଟିଯାକ ଫାଇନାଲ୍ ରବିବାରରେ ପଡୁଛି। ସୂଚନାଯୋଗ୍ୟ, ରବିବାରଠୁ ଦୁଇ ଦିନ ଧରି ସାଉଦି ଆରବର ଜେଦାଠାରେ ଆଇପିଏଲ୍ର ମେଗା ନିଲାମ ଅନୁଷ୍ଠିତ ହେବ। ଏହି ନିଲାମରେ ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର, ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଦ୍ରୁତ ବୋଲର ସୌରଭ ନେତ୍ରାଭଲକର ଓ ମୁମ୍ବାଇ ୱିକେଟ୍ରକ୍ଷକ ବ୍ୟାଟର୍ ହାର୍ଦିକ ତାମୋର୍ଙ୍କୁ ସାମିଲ୍ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।
ମାର୍ଚ୍ଚ ୧୪ରୁ ଆଇପିଏଲ୍
ଆଇପିଏଲ୍ର ପରବର୍ତ୍ତୀ ତିନି ଋତୁ ପାଇଁ ତାରିଖ ଧାର୍ଯ୍ୟ କରିଛି ବିସିସିଆଇ। ୨୦୨୫ ଆଇପିଏଲ୍ ଋତୁ ମାର୍ଚ୍ଚ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ମେ ୨୫ ତାରିଖରେ ଶେଷ ହେବ। ୨୦୨୬ରେ ମାର୍ଚ୍ଚ ୧୫ରୁ ମେ’ ୩୧ ଓ ୨୦୨୭ରେ ମାର୍ଚ୍ଚ...
/sambad/media/media_files/pz8JwBmfAQG0iN4Z8jEU.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)