ସେପ୍ଟେମ୍ବର ୧୯ରୁ ଆଇପିଏଲ : ଚୀନ ସହ ଉତ୍ତେଜନା ସତ୍ତ୍ୱେ ଆଇପିଏଲର ପ୍ରାୟୋଜକ ରହିବ ଭିଭୋ

ମୁମ୍ବାଇ : ଇଣ୍ଡିଆ ପ୍ରିମିୟର ଲିଗ (ଆଇପିଏଲ) ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଖେଳାଯିବ । ଫାଇନାଲ ନଭେମ୍ବର ୧୦ରେ ଖେଳାଯିବ । ମ୍ୟାଚଗୁଡ଼ିକ ଭାରତୀୟ ସମୟ ସଂଧ୍ୟା ସାଢେ ୭ଟା ବେଳେ ଅନୁଷ୍ଠିତ ହେବ ।

ଆଜି ଅନୁଷ୍ଠିତ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ପ୍ରସ୍ତାବରେ ଚୂଡ଼ାନ୍ତ ମୋହର ମରାଯାଇଛି । ୟୁଏଇରେ ଆଇପିଏଲ ଆୟୋଜନ କରାଯିବାକୁ ଭାରତ ସରକାର ମଧ୍ୟ ମଂଜୁରୀ ପ୍ରଦାନ କରିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚୀନ ମୋବାଇଲ କମ୍ପାନି ଭିଭୋ ଆଇପିଏଲର ପ୍ରାୟୋଜକ ବଜାୟ ରହିବ । ବିସିସିଆଇ ପକ୍ଷରୁ ଭିଭୋ ସହ ହୋଇଥିବା ଚୁକ୍ତି ଓ ଆଇନଗତ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ଗତ ଜୁନ ୧୯ରେ ବିସିସିଆଇ ଟ୍ଵିଟ କରି କହିଥିଲା ଯେ ଚୀନ ସହ ଉତ୍ତେଜନା ଓ ଆମ ଯବାନ ସହିଦ ହେବା ପରିପ୍ରେକ୍ଷୀରେ ଆସନ୍ତା ସପ୍ତାହରେ ଏକ ବୈଠକ ଆୟୋଜନ କରାଯାଇଛି । ଏହି ବୈଠକରେ ବିଭିନ୍ନ ପ୍ରାୟୋଜକ ଚୁକ୍ତିର ସମୀକ୍ଷା କରାଯିବ ।

ସମ୍ବନ୍ଧିତ ଖବର