ୟୁଏଇରେ ଆଇପିଏଲ ଆୟୋଜନକୁ ଭାରତ ସରକାରଙ୍କ ଚୂଡ଼ାନ୍ତ ମଂଜୁରୀ ; ଦୁବାଇ, ସାରଜାହା ଓ ଆବୁଧାବିରେ ଖେଳାଯିବ ମ୍ୟାଚ

ନୂଆଦିଲ୍ଲୀ : ୟୁଏଇରେ ଆଇପିଏଲ ଆୟୋଜନ ପ୍ରସ୍ତାବକୁ ଭାରତ ସରକାର ଚୂଡ଼ାନ୍ତ ମଂଜୁରୀ ଦେଇଛନ୍ତି ବୋଲି ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ସୋମବାରଦିନ ସୂଚନା ଦେଇଛନ୍ତି । ସରକାର ଗତ ସପ୍ତାହରେ ଏହାକୁ ନୀତିଗତ ମଂଜୁରୀ ଦେଇଥିଲେ ।

ସେ କହିଛନ୍ତି ଯେ ଭାରତରେ ହେଉଥିବା ଯଦି କୌଣସି ଟୁର୍ଣ୍ଣାମେଣ୍ଟ ବିଦେଶରେ ଖେଳାଯାଏ, ତେବେ କେନ୍ଦ୍ର ସରକାରଙ୍କ ୩ଟି ମନ୍ତ୍ରାଳୟ ଗୃହ, ବୈଦେଶିକ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟର ଅନୁମତି ଆବଶ୍ୟକ ପଡ଼େ । ଆଜି ଏହି ୩ଟି ମନ୍ତ୍ରାଳୟରୁ ଆବଶ୍ୟକ ଲିଖିତ ମଂଜୁରୀ ମିଳିଛି । ଆଇପିଏଲ ମ୍ୟାଚଗୁଡ଼ିକ ସାରଜା, ଦୁବାଇ ଓ ଆବୁଧାବିରେ ଖେଳାଯିବ ବୋଲି ସେ କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଅଧିକାଂଶ ଆଇପିଏଲ ଦଳ ଅଗଷ୍ଟ ୨୦ ପରେ ଦୁବାଇ ଯାତ୍ରା କରିବେ । ଏହା ପୂର୍ବରୁ ନିଜ ଖେଳାଳି ଓ ଅନ୍ୟ କର୍ମଚାରୀମାନଙ୍କ କରୋନା ପରୀକ୍ଷା କରିବା ବାଧ୍ୟତାମୂଳକ ହେବ । ଚେନ୍ନାଇ ସୁପରକିଙ୍ଗସ ଆସନ୍ତା ୨୨ ତାରିଖରେ ୟୁଏଇ ଅଭିମୁଖେ ଯାତ୍ରା କରିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ ଆଇପିଏଲ ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଖେଳାଯିବ । ଫାଇନାଲ ନଭେମ୍ବର ୧୦ରେ ଖେଳାଯିବ । ମ୍ୟାଚଗୁଡ଼ିକ ଭାରତୀୟ ସମୟ ସଂଧ୍ୟା ସାଢେ ୭ଟା ବେଳେ ଅନୁଷ୍ଠିତ ହେବ । ଏବର୍ଷ କରୋନା ଭାଇରସ ଯୋଗୁଁ ମାର୍ଚ୍ଚ ଏପ୍ରିଲରେ ଆଇପିଏଲ ଖେଳାଯାଇନଥିଲା ।

ସମ୍ବନ୍ଧିତ ଖବର