କୋଲକାତା: ଇଡେନ ଗାର୍ଡେନ୍ସଠାରେ ଚାଲିଥିବା ଆଇପିଏଲ ୨୦୨୩ର ୧୯ତମ ମ୍ୟାଚରେ କୋଲକାତାକୁ ୨୩ ରନ୍‌ରେ ପରାସ୍ତ କରିଛି ହାଇଦ୍ରାବାଦ । ଦ୍ବିତୀୟ ପାଳିରେ କୋଲକାତା ୨୨୯ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୭ ୱିକେଟ ହରାଇ ୨୦୫ ରନ୍‌ କରି ପରାସ୍ତ ହୋଇଛି । କୋଲକାତା ପକ୍ଷରୁ ନୀତିଶ ରାଣା ୭୫ ରନ୍‌, ଏନ୍‌ ଜଗଦୀସନ୍‌ ୩୬ ରନ୍‌ କରିଥିବା ବେଳ ରିଙ୍କୁ ସିଂ ‌ଶେଷ ପର୍ଯ୍ୟନ୍ତ ଲଢିଥିଲେ ସୁଧା ୩୧ ବଲରେ ୫୮ ରନ୍‌ କରିବାରେ ସକ୍ଷ୍ୟମ ହୋଇଥିଲେ କିନ୍ତୁ କୋଲକାତାକୁ ବିଜୟ ଦେବାରେ ସକ୍ଷମ ହେଇନଥିଲେ । ଅନ୍ୟପଟେ ହାଇଦ୍ରାବାଦ ପକ୍ଷରୁ ମାର୍କ ଜାନସେନ୍, ମାୟଙ୍କ ମାର୍କାଣ୍ଡେ ୨-୨ଟି ୱିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର, ଟି ନଟରାଜନ୍, ଉମ୍ରାନ ମଲିକ ୧-୧ ୱିକେଟ ନେଇଥିଲେ ।

Advertisment

ପ୍ରଥମ ପାଳିରେ କୋଲକାତା ଦଳ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଓପନିଂ ବ୍ୟାଟ୍ସମ୍ୟାନ ହ୍ୟାରି ବ୍ରୁକ୍ସ ଆଜି ନିଜର ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ସେ ମାତ୍ର ୫୫ଟି ବଲରୁ ୧୦୦ରନ କରିଥିଲେ । ଚଳିତ ଆଇପିଏଲରେ ନିଜର ପ୍ରଥମ ୩ଟି ମ୍ୟାଚରେ ସେ ଯଥାକ୍ରମେ ୧୩,୩ ଓ ୧୩ ରନ କରି ସମସ୍ତଙ୍କୁ ନିରାଶ କରିଥିଲେ । କିନ୍ତୁ ଆଜି ସେ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ଅନ୍ୟପକ୍ଷରେ ହାଇଦ୍ରାବାଦ ପକ୍ଷରୁ ଆଇଡେନ ମାର୍କରାମ ୫୦ରନ ଓ ଅଭିଷେକ ଶର୍ମା ୩୨ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୨୮ ରନ କରିଥିଲା । କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୩ଟି ଓ୍ବିକେଟ ନେଇଥିବାବେଳେ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଓ୍ବିକେଟ ନେଇଥିଲେ ।