ଆଇପିଏଲ : ବାଙ୍ଗାଲୋର ଆଗରେ ୧୪୨ରନର ବିଜୟ ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଆଇପିଏଲ ୨୦୨୧ର ୫୨ତମ ମ୍ୟାଚରେ ବାଙ୍ଗାଲୋର ଆଗରେ ୧୪୨ରନର ବିଜୟ ଲକ୍ଷ୍ୟ ରଖିଛି ହାଇଦ୍ରାବାଦ ।

ଆଜି ବାଙ୍ଗାଲୋର ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୪୧ରନ କରିଥିଲା । ଦଳ ପକ୍ଷରୁ ଜେସନ ରଏ ୪୪, କେନ ଓ୍ବିଲିୟମସନ ୩୧ କରିଥିଲେ । ସେହିପରି ପ୍ରିୟମ ଗର୍ଗ ୧୫ ଓ ଜାସନ ହୋଲଡର ୧୬ରନ କରିଥିଲେ । ବାଙ୍ଗାଲୋର ପକ୍ଷରୁ ହର୍ଷଲ ପଟେଲ ୩ଟି ଓ ଡାନିଏଲ ଖ୍ରୀଷ୍ଟିଆନ ୨ଟି ଓ୍ବିକେଟ ନେଇଥିଲେ ।

ଚଳିତ ଆଇପିଏଲରେ ହାଇଦ୍ରାବାଦ ଦଳ ୧୨ଟି ମ୍ୟାଚରୁ ମାତ୍ର ୨ଟିରେ ବିଜୟ ହାସଲ କରି ମାତ୍ର ୪ ପଏଣ୍ଟ ପାଇଛି ଓ ପ୍ଲେ ଅଫ ଦୌଡ଼ରୁ ବାହାରି ଯାଇଛି । ଅନ୍ୟପକ୍ଷରେ ବାଙ୍ଗାଲୋର ୧୨ଟି ମ୍ୟାଚରୁ ୮ଟି ବିଜୟ ସହ ୧୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି । ଏହି ଦଳ ଏବେ ପ୍ଲେ ଅଫରେ ନିଜର ସ୍ଥାନ ଏକରକମ ନିଶ୍ଚିତ କରିସାରିଛି ।

ସମ୍ବନ୍ଧିତ ଖବର