ମେଲ୍ବର୍ନ: ମହାମାରୀ କରୋନ ଲାଗି କ୍ରିକେଟ୍ ଏକ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ହେବାକୁ ଯାଉଛି। ଆଗକୁ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଥିଲା ବେଳେ ଗତମାସରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍ ସଂପ୍ରତି ସ୍ଥଗିତ ରହିଥିଲା ବେଳେ ଏହା ଆୟୋଜିତ ହେବା ମଧ୍ୟ ଅନିଶ୍ଚିତାରେ ରହିଛି। ଆଇପିଏଲ୍ଠୁ ଟ୍ବେଣ୍ଟି-୨୦ ବିଶ୍ବକପ୍ ବେଶୀ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଆଇପିଏଲ୍ ନିଲାମରେ ସବୁଠୁ ଅଧିକ ଦାମ୍ରେ ବିକ୍ରି ହୋଇଥିବା ବିଦେଶୀ ଖେଳାଳି ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ। କମିନ୍ସଙ୍କୁ କୋଲ୍କାତା ନାଇଟ୍ ରାଇଡର୍ସ ୧୫.୫୦ କୋଟି ଟଙ୍କାରେ କିଣିଥିଲା। ଟ୍ବେଣ୍ଟି-୨୦ ବିଶ୍ୱକପ୍ ଯାହାକି ଆମେ ଦୁଇ ବା ତିନି ବର୍ଷର ଥରେ ପାଉ। ୨୦୧୫ରେ ଦିନିକିଆ ବିଶ୍ୱକପ୍ ଫାଇନାଲ୍ରେ ଖେଳି ନଥିଲେ ବି ଏହା ମୋ ପାଇଁ ଏକ ବିଶେଷ ଆକର୍ଷଣ ଥିଲା। ଆନ୍ତର୍ଜାତୀୟ କ୍ରିକେଟ୍ ପାଇଁ ଏହା ବୋଧହୁଏ ଚଳିତ ବର୍ଷର ଏକ ବଡ଼ ପ୍ରତିଯୋଗିତା। ମୁଁ ଏହାକୁ ଭଲ ପାଏ ଏବଂ ଯଦି ଲୋଭୀ ହୋଇଥିବି ତେବେ ଆଇପିଏଲ୍ ହେଲେ ମଧ୍ୟ ଭଲ ବୋଲି କମିନ୍ସ କହିଛନ୍ତି।
ଆଇପିଏଲ୍ ଅପେକ୍ଷା ଟ୍ବେଣ୍ଟି-୨୦ ବିଶ୍ବକପ୍ ଗୁରୁତ୍ବପୂର୍ଣ୍ଣ: କମିନ୍ସ
/sambad/media/post_attachments/wp-content/uploads/2020/04/CRICKET-WORLDCUP-IND-AUS.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)