ଚେନ୍ନାଇ ଆଗରେ ୧୬୩ ରନର ଲକ୍ଷ୍ୟ ରଖିଲା ମୁମ୍ବାଇ

ଆବୁଧାବି : ଆଜିଠାରୁ ୟୁଏଇରେ ଆରମ୍ଭ ହୋଇଛି ବହୁପ୍ରତୀକ୍ଷିତ ଇଣ୍ଡିଆନ ପ୍ରମିୟର ଲିଗ ବା ଆଇପିଏଲର ୧୩ତମ ସଂସ୍କରଣ । ଆଜିର ଉଦଘାଟନୀ ମ୍ୟାଚ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ୧୬୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ଏହା ପୂର୍ବରୁ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ ଜିଣି ମୁମ୍ବାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ଓ କ୍ୱିଣ୍ଟନ ଡି’କକ୍‌ ଓପନିଂ କରିବା ସହ ଦଳ ପାଇଁ ଏକ ଭଲ ମୂଳଦୂଆ ସ୍ଥାପନ କରିଥିଲେ । ଉଭୟେ ପ୍ରଥମ ଓ୍ଵିକେଟ ଯୋଡ଼ିରେ ୪୬ ରନ କରିଥିଲେ । ତେବେ ୫ମ ଓଭରରେ ରୋହିତ ଓ ୬ଷ୍ଠ ଓଭରରେ ଡି’କକ ଆଉଟ ହେବାପରେ ଦଳ ସଂକଟରେ ପଡ଼ିଥିଲା । ରୋହିତଙ୍କ ପରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ମଧ୍ୟ ୧୦ ରନ କରି ଆଉଟ ହୋଇଥିଲେ । ତେବେ ସୌରଭ ତିଓ୍ଵାରୀ ଓ ହାର୍ଦ୍ଦିକ ପାଣ୍ଡ୍ୟା ଧର୍ଯ୍ୟର ସହ ଖେଳି ଦଳକୁ ବିପଦ ମୁକ୍ତ କରିଥିଲେ । ତିଓ୍ଵାରୀ ସର୍ବାଧିକ ୪୨ରନ କରିଥିଲେ । ତେବେ ଏହି ଯୋଡ଼ିଙ୍କ ବିଦାୟ ପରେ ଦଳର ଟେଲ ଏଣ୍ଡରମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ । ଫଳରେ ମୁମ୍ବାଇ ୨୦ ଓଭରରେ ୯ ଓ୍ୱିକେଟ ହରାଇ ୧୬୨ ରନ କରିଥିଲା ।

ସମ୍ବନ୍ଧିତ ଖବର