ଆଇପିଏଲ : ବାଙ୍ଗାଲୋର ଆଗରେ ୧୨୯ରନ ବିଜୟ ଲକ୍ଷ୍ୟ ରଖିଲା କୋଲକାତା

ମୁମ୍ବାଇ : ମୁମ୍ବାଇ ଡିଓ୍ବାଇ ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୬ଷ୍ଠ ମ୍ୟାଚରେ ବାଙ୍ଗାଲୋର ଆଗରେ ୧୨୯ ରନର ବିଜୟ ଲକ୍ଷ୍ୟ ରଖିଛି କୋଲକାତା ।

ଏହି ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି କୋଲକାତା ୧୮.୫ ଓଭରରେ ୧୨୮ ରନ କରି ଅଲଆଉଟ ହୋଇଯାଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ବାଙ୍ଗାଲୋର ଦଳର ଶାଣିତ ବୋଲିଂର ସାମନା କରିପାରିନଲେ । ଦଳ ପକ୍ଷରୁ ଆଣ୍ଡ୍ରେ ରସେଲ ସର୍ବାଧିକ ୨୫ ରନ କରିଥିବାବେଳେ ଉମେଶ ଯାଦବ ୧୮ ରନ କରିଥିଲେ ।

ବାଙ୍ଗାଲୋର ପକ୍ଷରୁ ହସରଙ୍ଗା ୪ଟି ଓ୍ବିକେଟ ନେଇଥିବାବେଳେ ଆକାଶଦୀପ ୩ଟି ଓ୍ବିକେଟ ନେଇଥିଲେ । ସେହିପରି ହର୍ଷଲ ପଟେଲ ୨ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର