ଆଇପିଏଲ୍‌ ୧୨: ଟସ୍‌ ଜିଣି କୋଲକାତାର ବୋଲିଂ ନିଷ୍ପତ୍ତି, ରାଜସ୍ଥାନ କରୁଛି ବ୍ୟାଟିଂ

ଜୟପୁର: ରାଜସ୍ଥାନ ରୟାଲସ୍‌ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ରିବାବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୧ତମ ମୁକାବିଲା ହୋଇଛି। ଗୋଲାପି ସହର ଜୟପୁରସ୍ଥିତ ସଓ୍ଵାଇ ମାନସିଂ ଷ୍ଟାଡିୟମ୍‌ରେ କୋଲକାତା ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେବା ପରେ ରାଜସ୍ଥାନ ବ୍ୟାଟିଂ କରୁଛି।

ଆଇପିଏଲ୍‌ର ଦ୍ୱାଦଶ ସଂସ୍କରଣ ରାଜସ୍ଥାନ ରୟାଲସ୍‌ ପାଇଁ ଭାଗ୍ୟଶାଳୀ ହୋଇପାରି ନଥିବା କହିଲେ ଚଳିବ। କାରଣ ଦଳ ଏଯାଏଁ ୪ଟି ମ୍ୟାଚ୍‌ ଖେଳିଥିବା ବେଳେ ଏପ୍ରିଲ ୨ରେ ବେଙ୍ଗାଲୁରୁ ବିପକ୍ଷରେ ଗୋଟିଏ ମ୍ୟାଚ୍‌ ୭ ଓ୍ଵିକେଟରେ ବିଜୟୀ ହୋଇଛି। ସେହିପରି ଦଳ ମାର୍ଚ୍ଚ ୨୫ରେ ପଂଜବା ଠାରୁ ୧୪ ରନ୍‌ରେ, ମାର୍ଚ୍ଚ ୨୯ରେ ହାଇଦ୍ରାବାଦ୍‌ ଠାରୁ ୫ ଓ୍ଵିକେଟରେ ଓ ମାର୍ଚ୍ଚ ୩୧ରେ ଚେନ୍ନାଇ ଠାରୁ ୮ ରନ୍‌ରେ ପରାସ୍ତ ହୋଇଛି।

ଆଜିର ମ୍ୟାଚ୍‌କୁ ବାଦ୍‌ ଦେଲେ କୋଲକାତା ନାଇଟ୍‌ ରାଇଡର୍ସ ଏଯାଏଁ ୪ଟି ମ୍ୟାଚ ଖେଳିଛି। ଏଥରୁ ୩ଟି ମ୍ୟାଚ୍‌ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍‌ରେ ହାରିଛି। ମାର୍ଚ୍ଚ ୩୦ରେ କୋଲକାତା ସୁପର ଓଭରରେ ଦିଲ୍ଲୀ ଠାରୁ ପରାସ୍ତ ହୋଇଥିଲା। ମାର୍ଚ୍ଚ ୨୪ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ କୋଲକାତା ୬ ଓ୍ଵିକେଟରେ ଜିତିବା ସହିତ ବିଜୟ ଅଭିଯାନ ଆରମ୍ଭ କରିଥିଲା। ସେହିପରି ମାର୍ଚ୍ଚ ୨୭ରେ ପଂଜାବ ବିପକ୍ଷରେ ୨୮ ରନ୍‌ରେ ବିଜୟୀ ହୋଇଥିବା ବେଳେ ଏପ୍ରିଲ ୫ରେ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଜିତିଥିଲା।

ସମ୍ବନ୍ଧିତ ଖବର