ଆଇପିଏଲ : ଟସ ଜିତିଲା କୋଲକାତା, ଦିଲ୍ଲୀର ବ୍ୟାଟିଂ ଆରମ୍ଭ

ଶାରଜା : ଶାରଜା କ୍ରିକେଟ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୪୧ତମ ମ୍ୟାଚ କୋଲକତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ କୋଲକାତା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ସର୍ବଶେଷ ସୂଚନା ଅନୁସାରେ ଦିଲ୍ଲୀ ୨.୧  ଓଭରରେ ୧୩ ରନ କରିଛି ।

ଚଳିତ ଆଇପିଏଲରେ ଦିଲ୍ଲୀ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖିଛି । ଦଳ ଏପର୍ଯ୍ୟନ୍ତ ୧୦ ମ୍ୟାଚ ଖେଳି ୮ ବିଜୟ, ୨ ପରାଜୟ ସହ ୧୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି । ଫଳରେ ଦଳ ପ୍ଲେ ଅଫକୁ ଯିବା ଏକରକମ ନିଶ୍ଚିତ ହୋଇଯାଇଛି ।

ତେବେ କୋଲକତା ଦଳର ପ୍ରଦର୍ଶନ ଆଶାନୁରୂପ ହୋଇପାରିନାହିଁ ।  ଦଳ ଏପର୍ଯ୍ୟନ୍ତ ୧୦ ମ୍ୟାଚ ଖେଳି ୪ ବିଜୟ, ୬ ପରାଜୟ ସହ ୮ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି ।

ଆଜିର ୨ୟ ମ୍ୟାଚ ଆବୁ ଧାବିଠାରେ ଖେଳାଯିବ । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ଭେଟିବ ।

ସମ୍ବନ୍ଧିତ ଖବର