ଆଇପିଏଲ୍‌ ୧୧: ଚେନ୍ନାଇକୁ ୪ ରନ୍‌ରେ ହରାଇଲା ପଞ୍ଜାବ

ମୋହାଲି: କିଙ୍ଗ୍‌ ଏକସ୍‌ଆଇ ପଞ୍ଜାବ ୪ ରନ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ପରାସ୍ତ କରିଛି। ୧୯୮ ରନ୍‌ ପିଛା କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୯୩ ରନ୍‌ ସଂଗ୍ରହ କରିଛି। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଲଢୁଆ ବ୍ୟାଟିଂ କରି ମଧ୍ୟ ଦଳକୁ ବିଜୟ ଦେଇ ପାରି ନଥିଲେ।
ସେନ୍‌ ଓ୍ଵାଟ୍‌ସନ୍‌ ୧୧, ମୁରଲୀ ବିଜୟ ୧୨, ଅମ୍ବାତି ରାୟଡୁ ୪୯, ସାମ୍‌ ବ୍ଲିଙ୍ଗ ୯, ଏମ୍‌ଏସ୍‌ ଧୋନି ଅପରାଜିତ ୭୯ରନ୍‌, ରବୀନ୍ଦ୍ର ଜାଡେଜା ୧୯। ଚେନ୍ନାଇ ୧୭ ରନ୍‌ରେ ପ୍ରଥମ ଓ୍ଵିକେଟ ହରାଇ ଥିଲା। ୩୯ ରନ୍‌ରେ ୨ୟ, ୫୬ ରନ୍‌ରେ ୩ୟ, ୧୧୩ ରନ୍‌ରେ ୪ର୍ଥ ଓ୍ଵିକେଟ୍‌ ଓ ୧୬୩ ରନ୍‌ରେ ୫ମ ଓ୍ଵିକେଟ୍‌ ହରାଇଥିଲା।

ପଞ୍ଜାବର ମୋହାଲି ଠାରେ ରବିବାର ୨ୟ ଆଇପିଏଲ୍‌ ମ୍ୟାଚ୍‌ରେ କ୍ରିସ ଗେଲ(୬୩ ରନ୍‌, ୩୩ଟି ବଲ, ୭ଟି ଚୌକା, ୪ଟି ଛକା) ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୯୭ ରନ୍‌ ସଂଗ୍ରହ କରିଥିଲା। ଫଳରେ ଚେନ୍ନାଇକୁ ୧୯୮ ରନ୍‌ ବିଜୟ ପାଇଁ ଟାର୍ଗେଟ ମିଳିଥିଲା।

ଟସ୍‌ ଜିଣି ଚେନ୍ନାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପଞ୍ଜାବର ଓପନର ଲୋକେଶ ରାହୁଲ ୩୭ ରନ୍‌, ମୟଙ୍କ ଅଗ୍ରଓ୍ଵାଲ ୩୦ ରନ୍‌, ଯୁବରାଜ ସିଂହ ୨୦ ରନ୍‌ ସଂଗ୍ରହ କରିଥିଲେ। ଆରମ୍ଭରୁ ହିଁ ପଞ୍ଜାବର ଓପନର ଯୋଡ଼ି ଲୋକେଶ ଓ ଗେଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦଳ ୯୬ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇ ଥିଲା। ୧୨୭ ରନ୍‌ରେ ୨ୟ, ୧୪୯ ରନ୍‌ରେ ୩ୟ ଓ ୪ର୍ଥ, ୧୫୭ ରନ୍‌ଷର ୫ମ ଓ୍ଵିକେଟ୍‌, ୧୯୦ ରନ୍‌ରେ ୬ଷ୍ଠ ଓ୍ଵିକେଟ୍‌ ଓ ୧୯୫ ରନ୍‌ରେ ୭ମ ଓ୍ଵିକେଟ୍‌ ହରାଇଥିଲା। ସାଦ୍ଦୁଲ ଠାକୁର ଓ ଇମରାନ ତାହିର ଚେନ୍ନାଇ ପକ୍ଷରୁ ୨-୨ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର