ଆଇପିଏଲ : ଚେନ୍ନାଇକୁ ୬ ଓ୍ବିକେଟରେ ପରାସ୍ତ କଲା ଲକ୍ଷ୍ନୌ

ମୁମ୍ବାଇ : ଆଇପିଏଲ ୨୦୨୨ର ୭ମ ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ୬ ଓ୍ବିକେଟରେ ପରାସ୍ତ କରିଛି । ଚଳିତ ଆଇପିଏଲରେ ଏହା ହେଉଛି ଚେନ୍ନାଇର ଲଗାତାର ୨ୟ ପରାଜୟ ।
ଚେନ୍ନାଇ ଦ୍ବାରା ରଖାଯାଇଥିବା ୨୧୧ ରନର ବିଶାଳ ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ୨୦ ତମ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଲକ୍ଷ୍ନୌ ପକ୍ଷରୁ କ୍ବିଣ୍ଟନ ଡିକକ ୬୧, କେଏଲ ରାହୁଲ ୪୦ ଓ ଏଭିନ ଲୁଇସ ୫୫ ରନ କରିଥିଲେ ।

ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୨୧୦ ରନ କରିଥିଲା । ଚେନ୍ନାଇ ପକ୍ଷରୁ ଓପନର ରବିନ ଉଥାପ୍ପା ୫୦ ରନ କରିଥିବାବେଳେ ଶିଭମ ଦୁବେ ୪୯ ରନ, ମୋଇନ ଅଲି ୩୫ ରନ କରିଥିଲେ । ସେହିପରି ଅମ୍ବାତି ରାଇଡୁ ୨୭ ରନ କରିଥିଲେ । ଅଧିନାୟକ ରବୀନ୍ଦ୍ର ଜାଦେଜା ୧୭ ଓ ଧୋନୀ ଅପରାଜିତ ୧୬ ରନ କରିଥିଲେ । ଲକ୍ଷ୍ମୌ ପକ୍ଷରୁ ଅଭେସ ଖାଁ, ଆଣ୍ଡ୍ର୍ୟୁ ଟାଏ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର