ଜୟପୁର: ଯୌନ ନିର୍ଯ୍ୟାତନା ଅଭିଯୋଗରୁ ତଦନ୍ତ ସମିତି ଦ୍ବାରା ଦୋଷମୁକ୍ତ ହେବା ପରେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସିଇଓ ରାହୁଲ୍ ଜୋହରି ଏବେ ଆଗାମୀ ଆଇପିଏଲ୍ ଆୟୋଜନ ନେଇ ଚିନ୍ତାରେ ରହିଛନ୍ତି। ଆସନ୍ତାବର୍ଷ ଆଇପିଏଲ୍ କେଉଁଠାରେ ଓ କେତେବେଳେ ହେବ ସେ ନେଇ ଚିନ୍ତା କରିବା ଆରମ୍ଭ କରିଦେଇଛନ୍ତି। ମଙ୍ଗଳବାର ଏଠାରେ ଖେଳାଳି ନିଲାମ ଶେଷ ହୋଇଥିଲା ବେଳେ ବାସ୍ତବରେ କେଉଁ ସମୟରେ ଆଇପିଏଲ୍ ହେବ ତାହା ଏବେ ବି ସ୍ପଷ୍ଟ ହୋଇନାହିଁ ବୋଲି ଜୋହରି କହିଛନ୍ତି। ଆସନ୍ତାବର୍ଷ ଲୋକସଭା ନିର୍ବାଚନ ହେବାକୁ ଥିଲା ବେଳେ ତା’ର ସୂଚୀ ଘୋଷଣା ନହେବା ପର୍ଯ୍ୟନ୍ତ ଆଇପିଏଲ୍ ତାରିଖ ସ୍ଥିର ହୋଇପାରିବନି ବୋଲି କହିଛନ୍ତି। ତେବେ ପୂରା ଆଇପିଏଲ୍ ଭାରତରେ ହିଁ ହେବା ଆମେ ଚାହୁଁ ବୋଲି ଜୋହରି କହିଛନ୍ତି। ହେଲେ ସବୁକିଛି ଲୋକସଭା ନିର୍ବାଚନ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି। ଆସନ୍ତାବର୍ଷ ମଧ୍ୟ ବିଶ୍ବକପ୍ ଖେଳାଯିବାକୁ ଥିବାରୁ ସେଥିପାଇଁ ବିଦେଶୀ ଖେଳାଳିସବୁ ଆଗୁଆ ଆଇପିଏଲ୍ରୁ ଫେରିଯିବାକୁ ସେମାନଙ୍କ ବୋର୍ଡ ଜଣାଇ ଦେଇଛି। ଫଳରେ ଏପ୍ରିଲ ମଧ୍ୟଭାଗରୁ ମେ’ ମାସ ମଧ୍ୟରେ ଆଇପିଏଲ୍ ହେଲେ ବିଳମ୍ବ ହୋଇପାରେ। ସେଥିପାଇଁ ଆଇପିଏଲ୍କୁ ଭିନ୍ନ ଦଫାରେ ଅଲଗା ସ୍ଥାନରେ କରିବାକୁ ପଡ଼ିପାରେ।
ଭାରତରେ ପୂରା ଆଇପିଏଲ୍ ହେଉ: ଜୋହରି
/sambad/media/post_attachments/wp-content/uploads/2018/12/ipl-t20-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)