ଦୁବାଇ : ସାରାବିଶ୍ବରେ ଟି-୨୦ କ୍ରିକେଟ୍ର ସବୁଠାରୁ ଲୋକପ୍ରିୟ ଏବଂ ଧନୀ ଲିଗ୍ ହେଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)। ଧମାକାଦାର ଏହି ଲିଗ୍ରେ ସର୍ବାଧିକ ଛକା ମାରିବା ବ୍ୟାଟ୍ସମ୍ୟାନ୍ଙ୍କ ତାଲିକାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ୱେଷ୍ଟଇଣ୍ଡିଜ୍ ତାରକା କ୍ରିସ୍ ଗେଲ୍ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଭାରତ ତଥା ଆର୍ସିବି ଅଧିନାୟକ ବିରାଟ କୋହଲି ଏହି ତାଲିକାର ଶୀର୍ଷ ୫ରେ ନାହାନ୍ତି। ଗେଲ୍ ୧୨୪ ପାଳି ଖେଳି ୩୨୬ ଛକା ମାରିଥିଲା ବେଳେ ତାଙ୍କ ପଛକୁ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ ୨୧୨ ଛକା (୧୪୨ ପାଳି) ଦ୍ବିତୀୟରେ ରହିଛନ୍ତି। ଏମାନଙ୍କ ପଛକୁ ଭାରତୀୟ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି (୨୦୯ ଛକା, ୧୭୦ ପାଳି), ରୋହିତ ଶର୍ମା (୧୯୪ ଛକା, ୧୮୩ ପାଳି) ଏବଂ ସୁରେଶ ରାଇନା (୧୯୪ ଛକା, ୧୮୯ ପାଳି) ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଥିବା ବେଳେ କୋହଲି (୧୯୦ ଛକା, ୧୭୭ ପାଳି) ଷଷ୍ଠରେ ଅଛନ୍ତି। ଅଷ୍ଟ୍ରେଲିଆର ଡେଭିଡ ୱାର୍ନର (୧୮୧ ଛକା, ୧୨୬ ପାଳି), ସେନ୍ ୱାଟ୍ସନ (୧୭୭ ଛକା, ୧୩୪ ପାଳି), ୱେଷ୍ଟ୍ଇଣ୍ଡିଜ୍ର କିରନ ପୋଲାର୍ଡ (୧୭୬ ଛକା, ୧୪୮ ପାଳି) ଏବଂ ଭାରତର ୟୁସୁଫ ପଠାନ (୧୫୮ ଛକା, ୧୭୪ ପାଳି) ଯଥାକ୍ରମେ ସପ୍ତମରୁ ଦଶମ ସ୍ଥାନରେ ରହିଛନ୍ତି।
ଆଇପିଏଲ୍ ସର୍ବାଧିକ ଛକା ତାଲିକା ଶୀର୍ଷରେ ଗେଲ୍, ଶ୍ରେଷ୍ଠ ୫ ମଧ୍ୟରେ ନାହାନ୍ତି କୋହଲି
/sambad/media/post_attachments/wp-content/uploads/2020/09/chrisgayle-1574789054.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)