ମୁମ୍ବାଇ: ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନସ୍ ଗୁରୁବାର ସନ୍ରାଇଜର୍ସ ହାଇଦ୍ରାବାଦ୍ ବିଜୟୀ ହୋଇଛି। ଦ୍ୱିତୀୟ ଇନିଂସରେ ହାଇଦ୍ରାବାଦ୍ ୧୬୩ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ମାତ୍ର ୨୦ ଓଭରରେ ୬ଟି ଓ୍ଵିକେଟ ହରାଇ ୧୬୨ ରନ୍ କରିଥିଲା। ଫଳରେ ସୁପର ଓଭର ଖେଳାଯାଇଥିଲା। ସୁପର ଓଭରରେ ହାଇଦ୍ରାବାଦ୍ ୮ ରନ କରିଥିବା ବେଳେ ମୁମ୍ବାଇ ୩ଟି ବଲରେ ୯ ରନ୍ କରି ଏହି ମ୍ୟାଚ ଜିତିଛି।
ଏହା ପୂର୍ବରୁ ହାଇଦ୍ରାବାଦ୍ର ମନୀଷ ପାଣ୍ଡେ ଅପରାଜିତ ରହି ନିଜର ଟିମ୍କୁ ବିଜୟୀ କରିବାକୁ ବହୁ ଉଦ୍ୟମ କରିଥିଲେ। ସେ ୪୭ଟି ବଲ ଖେଳି ୭୧ ରନ୍ କରିଥିଲେ। ଋଦ୍ଧିମାନ ଶାହା ୨୫ ରନ, ମାର୍ଟିନ ଗୁପଟିଲ ୧୫ ରନ୍, ମହମ୍ମଦ ନବି ୩୧ ରନ୍ କରିଥିଲେ। ମୁମ୍ବାଇର ବୋଲର ଯଶପ୍ରୀତ ବୁମରା, କ୍ରୁଣାଳ ପାଣ୍ଡ୍ୟା ଓ ହାର୍ଦ୍ଦିକ ହାଣ୍ଡ୍ୟା ୨-୨ ଓ୍ଵିକେଟ ନେଇଥିଲେ।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଦ୍ୱାଦଶ ସଂସ୍କରଣର ୫୧ତମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନସ୍ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଖେଳାଯାଉଛି। ସ୍ଥାନୀୟ ଓ୍ଵାଙ୍ଖେଡେ ଷ୍ଟାଡିୟମ୍ରେ ଟସ୍ ଜିଣି ମୁମ୍ବାଇ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୧୬୨ ରନ୍ କରିବା ପରେ ହାଇଦ୍ରାବାଦ୍କୁ ୧୬୩ ରନ୍ ଟାର୍ଗେଟ ମିଳିଥିଲା।
ପ୍ରଥମ ଇନିଂସରେ ମୁମ୍ବାଇର ଓପନର କ୍ୱିଣ୍ଟନ ଡି କକ୍ ଅପରାଜିତ ୬୯ ରନ୍ କରିଥିଲେ। ସେ ୫୮ଟି ବଲ୍ ଖେଳି ୬ଟି ଚୌକା ଓ ୨ଟି ଛକା ମଧ୍ୟ ମାରିଥିଲେ। ଅଧିନାୟକ ରୋହିତ ଶର୍ମା ୨୪ ରନ୍, ସୂର୍ଯ୍ୟକୁମାର ଯାଦବ ୨୩ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍, କିରୋନ ପୋଲାର୍ଡ ୧୦ ରନ୍ କରିଥିଲେ। ହାଇଦ୍ରାବାଦ୍ର ବୋଲର ଖଲିଲ ଅହମ୍ମଦଙ୍କୁ ୩ଟି ଓ୍ଵିକେଟ୍ ମିଳିଥିବା ବେଳେ ଭୁବନେଶ୍ୱର କୁମାର ଓ ମହମ୍ମଦ ନବି ୧-୧ ଓ୍ଵିକେଟ୍ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/MI.jpg)