ଆଇପିଏଲ୍‌ ୧୧: କୋଲକାତା ବିପକ୍ଷରେ ମୁମ୍ବାଇ ୧୩ ରନ୍‌ରେ ବିଜୟୀ

ମୁମ୍ବାଇ: କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ରବିବାର ମୁମ୍ବାଇ ଇଣ୍ଡିଆନସ୍‌ ୧୩ ରନ୍‌ରେ ବିଜୟୀ ହୋଇଛି। ୧୮୨ ରନ୍‌ ଟାର୍ଗେଟ ନେଇ ୨ୟ ପାଳିରେ କୋଲକାତା ୬ଟି ଓ୍ଵିକେଟ ହରାଇ ୧୬୮ ରନ୍‌ କରିଛି। ରବିନ ଉଥ୍ଥାପା(୫୪), ନୀତିଶ ରାଣା(୩୧) ଓ ଦିନେଶ କାର୍ତ୍ତିକ(ଅପରାଜିତ ୩୬) ବ୍ୟତୀତ ଅନ୍ୟ ଖେଳାଳିମାନେ ବିଫଳ ହୋଇଥିଲେ। ମୁମ୍ବାଇର ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଓ୍ଵିକେଟ୍‌ ନେଇଥିଲେ। ମିଚେଲ ମ୍ୟାକଲିଙ୍ଘନ, ଯଶପ୍ରୀତ ବୁମରା, କୃଣାଲ ପାଣ୍ଡ୍ୟା ଓ ମୟଙ୍କ ମାର୍କଣ୍ଡେଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଛି।

ପ୍ରଥମ ଇନିଂସରେ କୋଲକାତା ନାଇଟ୍‌ ରାଇଡର୍ସକୁ ମୁମ୍ବାଇ ଇଣ୍ଡିଆନସ୍‌ ୧୮୨ ରନ୍‌ ଟାର୍ଗେଟ ଦେଇଥିଲା। ଟସ୍‌ ହାରି ମୁମ୍ବାଇ ପ୍ରଥମେ ବେଟିଂ କରିଥିଲା। ଓ୍ଵାଙ୍ଖେଡେ ଷ୍ଟାଡିୟମ୍‌ରେ ରବିବାର ମୁମ୍ବାଇ ୨୦ ଓଭରରେ ୪ଟି ଓ୍ଵିକେଟ ହରାଇ ୧୮୧ ରନ୍‌ କରିଥିଲା। ଆରମ୍ଭରୁ ମୁମ୍ବାଇର ବ୍ୟାଟ୍ସମ୍ୟାନ୍‌ମାନେ ଭଲ ପ୍ରଦର୍ଶନ କରିଥିଲେ। ସୂର୍ଯ୍ୟକୁମାର ଯାଦବ ୩୯ଟି ବଲ ଖେଳି ୫୯ ରନ୍‌ ଯୋଡ଼ିଛନ୍ତି। ଇଭିନ ଲୁଇସ୍‌ ୪୩ ରନ୍‌, ରୋହିତ ଶର୍ମା ୧୧ ରନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୩୫ ରନ୍‌, ଜେପି ଡୁମିନି ଅପରାଜିତ ୧୩ ରନ୍‌ କରିଥିଲେ।

ପ୍ରଥମ ଓ୍ଵିକେଟ୍‌ରେ ମୁମ୍ବାଇ ୯୧ ରନ୍‌ ସଂଗ୍ରହ କରିଥିଲା। ୧୦୬ ରନ୍‌ରେ ରୋହିତ ଆଉଟ ହୋଇଥିଲେ। କୋଲକାତାର ୩ୟ ଶିକାର ହୋଇଥିଲେ ସୂର୍ଯ୍ୟକୁମାର ଯାଦବ। ସେହିଭଳି ୧୫୧ ରନ୍‌ରେ ମୁମ୍ବାଇ ୪ର୍ଥ ଓ୍ଵକେଟ ହରାଇଥିଲା। କୋଲକାତା ନାଇଟ୍‌ ରାଇଡର୍ସର ସୁନୀଲ ନାରିନ ଏବଂ ଆନ୍ଦ୍ରେ ରସେଲ ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର