ଆଇପିଏଲ: ଟସ୍‌ ଜିଣି ମୁମ୍ବାଇର ବୋଲିଂ ନିଷ୍ପତ୍ତି, କୋଲକାତା କରୁଛି ବ୍ୟାଟିଂ

କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୪୭ତମ ମ୍ୟାଚ କୋଲକାତା ନାଇଟ ରାଇର୍ଡସ ଓ ମୁମ୍ବାଇ ଇଣ୍ଡିଆନସ ମଧ୍ୟରେ ରବିବାର ଖେଳାଯାଉଛି। ଇଡେନ ଗାର୍ଡେନରେ ଖେଳାଯାଉଥିବା ଏହି ମ୍ୟାଚରେ ମୁମ୍ବାଇ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ କୋଲକାତା ବ୍ୟାଟିଂ କରୁଛି।

ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନସ୍‌ ୧୧ଟି ମ୍ୟାଚ ଖେଳିଥିବା ବେଳେ, ସେଥିରୁ ୭ଟିରେ ବିଜୟ ହାସଲ କରିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ୧୪ ପଏଣ୍ଟ ହାସଲ କରି ଅଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି କୋଲକାତା ନାଇଟ ରାଇଡର୍ସ ମଧ୍ୟ ଚଳିତ ସଂସ୍କରଣର ଆଇପିଏଲ୍‌ରେ ୧୧ଟି ମ୍ୟାଚ ଖେଳିଛି। ସେଥିରୁ ୪ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାଜୟର ଶିକାର ହୋଇଛି। କୋଲକାତା ଅଙ୍କ ତାଲିକାରେ ୭ମ ସ୍ଥାନରେ ରହିଛି।

ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ଏବଂ ମୁମ୍ବାଇ ମଧ୍ୟରେ ଆଜି ପ୍ରଥମ ମୁକାବିଲା ହେଉଛି। ଏହି ୨ଟି ମଧ୍ୟରେ ମେ’ ମାସ ୫ ତାରିଖରେ ଅନ୍ତିମ ଲିଗ ମ୍ୟାଚ ଖେଳାଯିବ।

ସମ୍ବନ୍ଧିତ ଖବର