ଆଇପିଏଲ୍: ପରାଜୟର ପ୍ରତିଶୋଧ ପାଇଁ ରଣନୀତି କରିଛି ମୁମ୍ବାଇ, ଟସ୍ ଜିଣି ବୋଲିଂ ନିଷ୍ପତ୍ତି, ପଂଜାବ କରୁଛି ବ୍ୟାଟିଂ
ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ମୁମ୍ବାଇ ଇଣ୍ଡିଆନ୍ସ ବୁଧବାର କିଙ୍ଗସ୍ ଏକାଦଶ ପଂଜାବକୁ ମୁକାବିଲା କରୁଛି। ସ୍ଥାନୀୟ ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଚଳିତ ଆଇପିଏଲ୍ ସଂସ୍କରଣର ୨୪ତମ ମ୍ୟାଚ୍ରେ ଟସ୍ ଜିଣି ମୁମ୍ବାଇ ବୋଲିଂ ନିଷ୍ପତ୍ତି ନେବା ପରେ ପଂଜାବ ବ୍ୟାଟିଂ କରୁଛି। ଗତ ମାର୍ଚ୍ଚ ୩୦ରେ ପଂଜାବ ଓ ମୁମ୍ବାଇ ମଧ୍ୟରେ ମୋହାଲିସ୍ଥିତ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଚଳିତ ଆଇପିଏଲ୍ର ୯ମ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ପଂଜାବ ୮ ଓ୍ଵିକେଟରେ ଜିତିଥିଲା। ତେଣୁ ପରାଜୟର ପ୍ରତିଶୋଧ ନେବା ଆଶାରେ ମୁମ୍ବାଇ ଆଜି ରଣନୀତି ପ୍ରସ୍ତୁତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୁମ୍ବାଇ ଇଣ୍ଡିଆନ ଆଜି ଚଳିତ ଆଇପିଏଲ୍ରେ ୬ଷ୍ଠ ମ୍ୟାଚ୍ ଖେଳୁଛି। ଏହା ପୂର୍ବରୁ ୫ଟି ମ୍ୟାଚ୍ ଖେଳିଛି। ଏଥିରୁ ୨ଟି ମ୍ୟାଚ୍ ଜିତିଥିବା ବେଳେ ୩ଟିରେ ବିଜୟୀ ହୋଇଛି। ଦିଲ୍ଲୀ କ୍ୟାପିଟାଲସ୍ ଠାରୁ ୩୭ ରନ୍ ଓ ପଂଜାବ ଠାରୁ ୮ ଓ୍ଵିକେଟରେ ପରାସ୍ତ ହୋଇଛି। ରବିଚନ୍ଦ୍ରନ ଅଶ୍ୱିନଙ୍କ ନେତୃତ୍ୱରେ ପଂଜାବ ୬ ରନରେ ରୟାଲ ଚ୍ୟାଲେଞ୍ଜର୍ସ, ୩୭ ରନ୍ରେ ଚେନ୍ନାଇ ସୁପର କିଙ୍ଗସ୍ ଓ ୪୦ ରନ୍ରେ ସନ୍ରାଇଜର୍ସ ହ୍ରାଇଦ୍ରାବାଦ୍କୁ ପରାସ୍ତ କରିଛି।
ଚଳିତ ଆଇପିଏଲ୍ରେ ପଂଜାବ ଟିମ୍ ଏଯାଏଁ ୬ଟି ମ୍ୟାଚ୍ ଖେଳିଛି। ଏଥିରୁ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ୨୮ ରନ୍ରେ ଓ ଚେନ୍ନାଇ ବିପକ୍ଷରେ ୨୨ ରନ୍ରେ ପରାସ୍ତ ହୋଇଛି। ପଂଜାବ ୧୪ ରନ୍ରେ ରାଜସ୍ଥାନ ରୟାଲସ୍, ୮ଓ୍ଵିକେଟରେ ମୁମ୍ବାଇ, ଦିଲ୍ଲୀ କ୍ୟାପିଟାଲସ୍ ବିପକ୍ଷରେ ୧୪ ରନ୍ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷରେ ୬ ଓ୍ଵିକେଟରେ ବିଜୟୀ ହୋଇଛି।