ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)- ୨୦୨୩ରେ ପଞ୍ଜାବ କିଙ୍ଗ୍ସ ସମୁଦାୟ ଖେଳିଥିବା ୪ଟି ମ୍ୟାଚ୍ରେ ଦ୍ବିତୀୟ ଥର ପାଇଁ ପରାଜିତ ହୋଇଛି। ଶିଖର ଧାୱନଙ୍କ ଅଧିନାୟିକତ୍ବରେ ଖେଳୁଥିବା ଏହି ଟିମ୍ ଗୁରୁବାର ଗୁଜୁରାଟ୍ ଟାଇଟନ୍ସ ବିପକ୍ଷରେ ଖେଳି ୬ ୱିକେଟ୍ରେ ପରାସ୍ତ ହୋଇଛି। ମାତ୍ର ଏହାରି ମଧ୍ୟରେ ଜଣେ ରହସ୍ୟମୟୀ ଯୁବତୀ ବେଶ୍ ଚର୍ଚ୍ଚା ପାଲଟିଛନ୍ତି। ଯିଏକି ପ୍ରତ୍ୟେକ ମ୍ୟାଚ୍ରେ ପଞ୍ଜାବ ଟିମ୍ ସହ ନଜର ଆସୁଛନ୍ତି।
ଏହି ରହସ୍ୟମୟୀ ଯୁବତୀଙ୍କ ନାମ ରାଶୀ ଧିମନ। ଏହି ଯୁବତୀ ପଞ୍ଜାବ କିଙ୍ଗ୍ସର ସୋସିଆଲ୍ ମିଡିଆ ଟିମ୍ ପାଇଁ ଆଙ୍କରିଂ କରନ୍ତି। ସେ ଋଷି ଧୱନଙ୍କ ସମେତ କିଛି ଖେଳାଳିଙ୍କ ସାକ୍ଷାତ୍କାର ନେଇଛନ୍ତି। ଯାହାକି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ସେ ଜଣେ କମେଡିୟାନ୍ ମଧ୍ୟ। ଗତ କିଛି ବର୍ଷ ହେବ ସେ କମେଡି ସୋ’ ସବୁ କରୁଥିବା ବେଳେ ତାଙ୍କର ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ତାଙ୍କର କିଛି ଭିଡିଓକୁ ଖୁବ୍ ଅଧିକ ଲୋକପ୍ରିୟତା ବି ମିଳିଛି।
ଚଣ୍ଡିଗଡ଼ରେ ରହୁଥିବା ରାଶି ଜଣେ ପଞ୍ଜାବୀ ଯୁବତୀ। ସେ ୨୦୧୯ ମସିହାରେ ମୁମ୍ବାଇରେ ରହି ଅନେକ ଷ୍ଟାଣ୍ଡ୍ ଅପ୍ କମେଡି କରି ଲୋକଙ୍କ ମନ ଜିଣିଥିବା ବେଳେ ୨୦୨୨ ମସିହାରେ ପଞ୍ଜାବ କିଙ୍ଗ୍ସ ସହ ଯୋଡ଼ି ହୋଇଛନ୍ତି।
ସେ ଜଣେ ଫାର୍ମା ସାଇଣ୍ଟିଷ୍ଟ୍ ବି। ହେଲେ ସେ ମେଡିକାଲ୍ ସାଇନ୍ସ ପଢ଼ିବା ପରେ ଷ୍ଟାଣ୍ଡ୍ ଅପ୍ କମେଡିରେ ମନ ନିବେଶ କରି ଆଜି ଲୋକପ୍ରିୟତା ସାଉଁଟି ଚାଲିଛନ୍ତି।