ଚଣ୍ଡିଗଡ଼ : ଚଣ୍ଡିଗଡ଼ରେ ମଙ୍ଗଳବାର ଖେଳାଯାଇଥିବା ଆଇପିଏଲ-୨୦୨୫ର ଏକ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୧୮ ରନରେ ପରାସ୍ତ କରିଛି ପଞ୍ଜାବ କିଙ୍ଗସ୍ । ଚେନ୍ନାଇ ଆଗରେ ୨୨୦ ରନର ଲକ୍ଷ୍ୟ ଥିଲେ ବି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୦୧ ରନ  କରିପାରିଥିଲା । ଦଳ ପକ୍ଷରୁ ଦେଓ୍ବନ କନଓ୍ବେ ୬୯ ରନ, ରାଚିନ ରବୀନ୍ଦ୍ର ୩୬ ରନ ଓ ଶିବମ ଦୁବେ ୪୨ ରନ କରିଥିଲେ । ସେହିପରି ମହେନ୍ଦ୍ର ସିଂ ଧୋନୀ ୨୭ ରନ କରିଥିଲେ।

Advertisment

ଏହି ମ୍ୟାଚରେ ପଞ୍ଜାବ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦଳ ନିର୍ଦ୍ଧାରିତ ୨୦ ଓଭରରେ  ୬ ଓ୍ବିକେଟ ହରାଇ ୨୧୯ ରନ କରିଥିଲା । ଆଶ୍ଚର୍ଯ୍ୟ କଥା ହେଉଛି ଆଉଟ ହୋଇଥିବା ଏହି ୬ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ୫ ଜଣ ଦୁଇ ଅଙ୍କ ଛୁଇଁପାରିନଥିଲେ । ତେବେ ପ୍ରିୟାଂଶ ଆର୍ଯ୍ୟା ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ମାତ୍ର ୪୨ଟି ବଲରେ ଶତକ ଅର୍ଜନ କରିଥିଲେ । ସେହିପରି ଶଶାଙ୍କ ସିଂ ଅପରାଜିତ ୫୨ ରନ ଓ ମାର୍କୋ ଜାନସେନ ୩୪ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ଖଲିଲ ଅହମ୍ମଦ ଓ ରବିଚନ୍ଦ୍ରନ ଅଶ୍ବୀନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।