ଆଇପିଏଲ: ଟସ୍‌ ଜିଣି ପଂଜାବର ବୋଲିଂ ନିଷ୍ପତ୍ତି, ହାଇଦ୍ରାବାଦ୍‌ କରୁଛି ବ୍ୟାଟିଂ

ହାଇଦ୍ରାବାଦ: ଇଣ୍ଡିଆନ୍‌ ପ୍ରିମିୟର ଲିଗ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୪୮ତମ ମ୍ୟାଚ ସୋମବାର ସନରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ ଏକାଦଶ ପଂଜାବ ମଧ୍ୟରେ ଖେଳାଯାଉଛି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଟସ୍‌ ଜିଣି ପଂଜାବ ବୋଲିଂ ନିଷ୍ପତ୍ତି ନେବା ପରେ ହାଇଦ୍ରାବାଦ୍‌ ବ୍ୟାଟିଂ କରୁଛି।

ଚଳିତ ଆଇପିଏଲ୍‌ରେ ହାଇଦ୍ରାବାଦ୍‌ ଏଯାଏଁ ୧୧ଟି ମ୍ୟାଚ ଖେଳିଛି। ସେଥିରୁ ୫ଟି ମ୍ୟାଚ ଜିତିଥିବା ବେଳେ ୬ଟିରେ ପରାଜୟର ଶିକାର ହୋଇଛି। ଅଙ୍କ ତାଲିକାରେ ଏହି ଟିମ ୪ର୍ଥ ସ୍ଥାନ ପାଇଛି। କିଙ୍ଗସ୍‌ ଏକାଦଶ ପଏଣ୍ଟ ତାଲିକାରେ ୬ଷ୍ଠ ସ୍ଥାନରେ ଅଛି। ପଂଜାବ ୧୧ଟି ମ୍ୟାଚ ଖେଳି ୫ଟି ମ୍ୟାଚ ଜିତିଥିବା ବେଳେ ୬ଟି ହାରିଛି।

ହାଇଦ୍ରାବାଦ ଓ ପଂଜାବ ମଧ୍ୟରେ ଚଳିତ ଆଇପିଏଲରେ ଏପ୍ରିଲ ୮ରେ ମୁକାବିଲା ହୋଇଥିଲା। ଏହି ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୪ଟି ଓ୍ଵିକେଟ ହରାଇ ୧୫୦ ରନ କରିଥିଲା। ଜବାବରେ ପଂଜାବ ୧୯.୫ ଓଭରରେ ୪ଟି ଓ୍ଵିକେଟ ହରାଇ ବିଜୟ ପାଇଁ ଦରକାର ଥିବା ୧୫୧ ରନ ସଂଗ୍ରହ କରିଥିଲା।

ସମ୍ବନ୍ଧିତ ଖବର