ଆଇପିଏଲ୍‌: କ୍ରିସ୍‌ ଗେଲ୍‌ଙ୍କ ବିସ୍ଫୋରକ ୯୯ ରନ୍‌, ବେଙ୍ଗାଲୁରୁକୁ ମିଳିଲା ୧୭୪ ରନ୍‌ ଟାର୍ଗେଟ

ମୋହାଲି: କ୍ରିସ୍‌ ଗେଲ୍‌ ଶନିବାର ବିସ୍ଫୋରକ ଅପରାଜିତ ୯୯ ରନ୍‌ କରିଛନ୍ତି। ଗେଲ ୬୪ଟି ବଲ ଖେଳି ୧୦ଟି ଚୌକା ଓ ୫ଟି ଛକା ମାରିଛନ୍ତି। ସ୍ଥାନୀୟ ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମ୍‌ରେ ବେଙ୍ଗାଲୁରୁ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିଙ୍ଗସ୍‌ ଏକାଦଶ ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୭୩ ରନ୍‌ କରିଛି। ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୧୭୪ ରନ୍‌ ଟାର୍ଗେଟ ମିଳିଛି।

ପଂଜାବ ୬.୨ ଓଭରରେ ସ୍କୋର ୬୬ ରନ୍‌ରେ ପ୍ରଥମ ଓ୍ଵିକେଟ ଭାବେ ଲୋକେଶ ରାହୁଲଙ୍କୁ ହରାଇଥିଲା। ସେହିପରି ଦ୍ୱିତୀୟ ଓ୍ଵିକେଟରେ ୨୦ ରନ୍‌ ହାସଲ କରିଥିଲା। ମୟଙ୍କ ଅଗ୍ରଓ୍ଵାଲ ନିଜର ବ୍ୟକ୍ତିଗତ ସ୍କୋର ୧୫ ରନରେ ୟୁଜବେନ୍ଦ୍ର ଚହଲଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ସେହିପରି ବେଙ୍ଗାଲୁରୁର ୩ୟ ଶିକାର ହୋଇଥିଲେ ସରଫରାଜ ଖାନ (୧୫ ରନ, ୧୩ ବଲ)। ସେ ଟିମ୍‌ର ସ୍କୋର ୧୧୦ ରନ୍‌ରେ ଆଉଟ୍‌ ହୋଇଥିଲେ। ବେଙ୍ଗାଲୁରୁର ୪ର୍ଥ ଶିକାର ସାମ୍‌ କୁରାନ ହୋଇଥିଲେ। ୧୩.୫ ଓଭରରେ କୁରାନ ମୋଇନ ଅଲିଙ୍କ ଦ୍ୱାରା ଆଉଟ୍‌ ହେବା ପୂର୍ବରୁ ୧ ରନ କରି ପାଭଲିଅନ ଫେରିଥିଲେ।

Cricbuzz

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣରେ ପ୍ରଥମ ବିଜୟ ଆଶା ନେଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଶନିବାର କିଙ୍ଗସ୍‌ ଏକାଦଶ ପଂଜାବକୁ ଭେଟିଛି। ଏବର୍ଷ ବେଙ୍ଗାଲୁରୁ ୬ ଟି ମ୍ୟାଚ୍‌ ଖେଳି ସାରିଥିବା ବେଳେ ଗୋଟିଏରେ ବିଜୟ ହାସଲ କରିପାରି ନାହିଁ। ତେଣୁ ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଦଳ ଅଙ୍କ ତାଲିକାର ନିମ୍ନରେ ରହିଛି। ବେଙ୍ଗାଲୁରୁ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ପଂଜାବ ବ୍ୟାଟିଂ କରୁଛି।

ରୟାଲ ଚ୍ୟାଲେଞ୍ଜର୍ସ ଚଳିତ ଆଇପିଏଲ୍‌ରେ ମାର୍ଚ୍ଚ ୨୩ରେ ଚେନ୍ନାଇ ସୁପର କିଙ୍ଗସ୍‌ ସହିତ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିଥିଲା। ଏହି ମ୍ୟାଚ୍‌ରେ ରୟାଲ ଚେନ୍ନାଇ ଠାରୁ ୭ ଓ୍ଵିକେଟ୍‌ରେ ପରାସ୍ତ ହୋଇଥିଲା। ଏହା ପରେ ଟିମ ମୁମ୍ବାଇ ଠାରୁ ୬ ରନ୍‌, ହାଇଦ୍ରାବାଦ୍‌ ଠାରୁ ୧୧୮ ରନ, ରାଜସ୍ଥାନ ଠାରୁ ୭ ଓ୍ଵିକେଟ, କୋଲକାତା ଠାରୁ ୫ ଓ୍ଵିକେଟ ଓ ଦିଲ୍ଲୀ ଠାରୁ ୪ ଓ୍ଵିକେଟରେ ପରାସ୍ତ ହୋଇଥିଲା।

ପଂଜାବ ଟିମ ଏଯାଏଁ ୭ଟି ମ୍ୟାଚ ଖେଳିଥିବା ବେଳେ ଏଯାଏଁ ୪ଟି ମ୍ୟାଚ ଜିତିଛି ଓ ୩ଟିରେ ପରାଜୟ ସ୍ୱୀକାର କରିଛି।

ସମ୍ବନ୍ଧିତ ଖବର