ଜୟପୁର: ରାଜସ୍ଥାନ ରୋୟାଲସ୍ ଓ ଦିଲ୍ଲୀ ଡେୟାରଡେଭିଲସ୍ ମଧ୍ୟରେ ଚାଲିଥିବା ଆଇପିଏଲ ମ୍ୟାଚ୍ ବର୍ଷା ଯୋଗୁଁ ଅଟକିଛି। ଜୟପୁରସ୍ଥିତ ସବାଇ ମାନସିଂହ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ୍ ପ୍ରମିୟର ଲିଗ୍ର ୬ଷ୍ଠ ମ୍ୟାଚ୍ରେ ବୁଧବାର ଦିଲ୍ଲୀ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ରାଜସ୍ଥାନ ବ୍ୟାଟିଂ କରିଥିଲା। ରିପୋର୍ଟ ଲେଖାଯିବା ବେଳକୁ ଆୟୋଜକ ରାଜସ୍ଥାନ ୫ଟି ଓ୍ଵିକେଟ୍ ହରାଇ ୧୭.୫ ଓଭରରେ ୧୫୩ ରନ୍ ସଂଗ୍ରହ କରିଛି।
୧୧ ରନ୍ରେ ପ୍ରଥମ ଓ୍ଵିକେଟ୍ ଓ ୨୮ ରନ୍ରେ ୨ୟ ଓ୍ଵିକେଟ ହରାଇବା ପରେ ରାଜସ୍ଥାନର ଖେଳାଳିମାନେ ଧୈର୍ଯ୍ୟତାର ସହିତ ବ୍ୟାଟିଂ କରିଥିଲେ। ଦଳୀୟ ସ୍କୋର ୧୧୨ ରନ୍ ଥିବା ବେଳେ ଦିଲ୍ଲୀର ୩ୟ ଶିକାର ହୋଇଥିଲେ ସଞ୍ଜୁ ସାମସନ(୩୭)। ସେହିଭଳି ଅଧିନାୟକ ଆଜିଙ୍କ୍ୟ ରାହାଣେ (୪୫) ଦିଲ୍ଲୀର ୪ର୍ଥ ଶିକାର ହୋଇଥିଲେ। ରାଜସ୍ଥାନ ୫ମ ଓ୍ଵିକେଟ୍ରେ ଜୋସ୍ ବଟଲର(୨୯) ଆଉଟ୍ ହୋଇଥିଲେ। ୧୭.୫ ଓଭରରେ ସ୍କୋର ୫/୧୫୩ବର୍ଷା ହେବାରୁ କିଛି ସମୟ ପାଇଁ ମ୍ୟାଚ୍ ଅଟକିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/555_1523458088_618x347.jpeg)