ଆଇପିଏଲ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ 

ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୦ର ୨୩ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି ।   ରାଜସ୍ଥାନର ଅଧିନାୟକ ଷ୍ଟିଭେନ ସ୍ମିଥ ଟସ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

ଚଳିତ ଆଇପିଏଲରେ ଦିଲ୍ଲୀ ଦଳ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଚାଲିଛି । ଦଳ ମୋଟ ୫ଟି ମ୍ୟାଚ ଖେଳି ୪ଟିରେ ବିଜୟ ହାସଲ କରିଥିବାବେଳେ ଗୋଟିଏ ପରାଜୟ ବରଣ କରିଛି । ଏହାଫଳରେ ଦଳ ୮ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି । । ଅପରପକ୍ଷରେ ରାଜସ୍ଥାନ ଦଳ ୫ଟି ମ୍ୟାଚ ଖେଳି ୩ଟିରେ ବିଜୟ ଓ ୨ଟିରେ ପରାଜୟ ସହ ୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ଆଜି ମ୍ୟାଚ ଜିତିଲେ ଦିଲ୍ଲୀ ଦଳ ପଏଣ୍ଟ ଟେବୁଲର ୧ନଂ ସ୍ଥାନକୁ ଉନ୍ନୀତ ହେବ ।

ଆଜି ମ୍ୟାଚରେ ରାଜସ୍ଥାନ ଦଳରେ ୨ଟି ପରିବର୍ତ୍ତନ କରାଯାଇଛି । ଅଙ୍କିତ ରାଜପୁତ ଓ ଟମ କୁରାନଙ୍କ ପଦଳରେ ଆଣ୍ଡ୍ୟୁ ଟାଇ ଓ ବରୁନ ଆରନ ଦଳରେ ସ୍ଥାନ ପାଇଛନ୍ତି । ଟାଇ ପ୍ରଥମ ଥର ପାଇଁ ରାଜସ୍ଥାନ ପକ୍ଷରୁ ଖେଳୁଛନ୍ତି । ଅନ୍ୟପକ୍ଷରେ ଆଜି ମ୍ୟାଚ ପାଇଁ ଦିଲ୍ଲୀ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ସମ୍ବନ୍ଧିତ ଖବର