ବେଙ୍ଗାଲୁରୁ: ଲଢୁଆ ବ୍ୟାଟିଂ ସତ୍ତ୍ୱେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ରାଜସ୍ଥାନ ଠାରୁ ୧୯ ରନ୍ରେ ପରାସ୍ତ ହେବାକୁ ପଡ଼ିଛି। ଏଥି ସହିତ ରାଜସ୍ଥାନ ଆଇପିଏଲ୍ ୧୧ତମ ସଂସ୍କରଣରେ ଦ୍ୱିତୀୟ ଥର ବିଜୟୀ ହୋଇଛି। ୨୧୮ ରନ୍ ବିଜୟ ଲକ୍ଷ ନେଇ ୨ୟ ଇନିଂସରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ୍ ହରାଇ ୧୯୮ ରନ୍ ସଂଗ୍ରହ କରିଛି। ବିରାଟ କୋହଲି ସର୍ବାଧିକ ୫୭ ରନ୍, କ୍ୱିଣ୍ଟନ ଡି କକ୍ ୨୬, ଏବି ଡିଭିଲିୟର୍ସ ୨୦, ମନ୍ଦିପ ସିଂହ ଅପରାଜିତ ୪୭ ରନ୍, ଓ୍ଵାସିଙ୍ଗଟନ୍ ସୁନ୍ଦର ୩୫ ରନ୍ ଯୋଡ଼ିଥିଲେ। ୪ ରନ୍ରେ ପ୍ରଥମ ଓ୍ଵିକେଟ୍, ୮୧ ରନ୍ରେ ୨ୟ ଓ୍ଵିକେଟ୍, ୧୦୧ ରନ୍ରେ ୩ୟ ଓ୍ଵିକେଟ୍, ୧୧୪ ରନ୍ରେ ୪ର୍ଥ ଓ୍ଵିକେଟ୍, ୧୨୬ ରନ୍ରେ ୫ମ ଓ୍ଵିକେଟ୍, ୧୮୨ ରନ୍ ୬ଷ୍ଠ ଓ୍ଵିକେଟ୍ ପଡ଼ିଥିଲା।
ପ୍ରଥମ ଇନିଂସରେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିରୋଧରେ ରାଜସ୍ଥାନ ରୋୟାଲସ୍ ସର୍ବାଧିକ ରନ ସଂଗ୍ରହ କରିଛି। ଇନିଂସ ଆରମ୍ଭରୁ ଓ ଶେଷ ୫ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ଓ୍ଵିକେଟ ହରାଇ ୨୧୭ ରନ୍ ସଂଗ୍ରହ କରିଛି। ସଞ୍ଜୁ ସାମସନ୍ (୯୨ ରନ୍, ୪୫ ବଲ୍, ୨ଟି ଚୌକା, ୧୦ଛକା) ରନ୍ ଯୋଡ଼ିଥିଲେ। ଆଜିଙ୍କ୍ୟ ରାହାଣେ ୩୬ ରନ୍, ବେନ୍ ଷ୍ଟୋକ୍ ୨୭ ରନ୍ ଓ ବଟଲର୍ ୨୩ ରନ୍ ଯୋଡ଼ି ଥିଲେ। ବେଙ୍ଗାଲୁରୁକୁ ୨୧୮ ରନ୍ ବିଜୟ ପାଇଁ ଟାର୍ଗେଟ ମିଳିଥିଲା। ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୧ତମ ସଂସ୍କରଣର ରବିବାର ମ୍ୟାଚ୍ରେ ବେଙ୍ଗାଲୁରୁ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ରାଜସ୍ଥାନ ବ୍ୟାଟିଂ କରିଥିଲା।
ରାଜସ୍ଥାନ ୪୯ ରନ୍ରେ ପ୍ରଥମ ଓ୍ଵିକେଟରେ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କୁ ହରାଇଥିଲା। ୫୩ ରନ୍ରେ ସ୍କଟ, ୧୦୨ ରନ୍ରେ ବେନ୍ ଷ୍ଟୋକ୍, ୧୭୫ ରନ୍ରେ ଜୋସ୍ ବଟଲର୍ ଆଉଟ୍ ହୋଇଥିଲେ। ରାଜସ୍ଥାନ ଖେଳାଳିଙ୍କୁ ବେଙ୍ଗାଲୁରୁ ବୋଲରଙ୍କ ପ୍ରଭାବ ପକାଇ ପାରି ନଥିଲା। କ୍ରିସ ଓ୍ଵକସ୍ ଓ ଯୁଜବେନ୍ଦ୍ର ଚହଲ ୨-୨ ଓ୍ଵିକେଟ୍ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/555_1523798673_618x347.jpeg)