ମୋହାଲି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଦ୍ୱାଦଶ ସଂସ୍କରଣର ୩୨ ତମ ମ୍ୟାଚ ମଙ୍ଗଳବାର କିଙ୍ଗସ୍ ଏକାଦଶ ପଂଜାବ ଓ ରାଜସ୍ଥାନ ରୟାଲସ୍ ମଧ୍ୟରେ ମୁକାବିଲା ହେଉଛି। ପଂଜାବ କ୍ରିକେଟ ଆସୋସିଏସନ୍ ଦ୍ୱାରା ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ହେଉଥିବା ଏହି ମ୍ୟାଚରେ ରାଜସ୍ଥାନ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ପଂଜାବ ବ୍ୟାଟିଂ କରୁଛି।
ଚଳିତ ଆଇପିଏଲ୍ରେ ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବ ମ୍ୟାଚ୍କୁ ହିସାବରେ ନିଆଗଲେ ପଂଜାବ ଅଂକ ତାଲିକାର ୫ମ ସ୍ଥାନରେ ଥିବା ବେଳେ ରାଜସ୍ଥାନ ରୟାଲସ୍ ୭ମ ସ୍ଥାନରେ ଅଛି। ପଂଜାବ ୮ଟି ମ୍ୟାଚ ଖେଳି ୪ଟିରେ ବିଜୟ ହାସଲ କରିଥିବା ବେଳେ ରାଜସ୍ଥାନ ୨ଟିରେ ବିଜୟ ହାସଲ କରିଛି।
ପଂଜାବ ମାର୍ଚ୍ଚ ୨୫ରେ ରାଜସ୍ଥାନକୁ ୧୪ ରନରେ ପରାସ୍ତ କରିଥିଲା। ରାଜସ୍ଥାନର ଜୟପୁରସ୍ଥିତ ସଓ୍ଵାଇ ମାନସିଂହ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା। ପଂଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୮୪ ରନ କରିଥିଲା। ଦ୍ୱିତୀୟ ଇନିଂସରେ ୧୮୫ ରନ ଲକ୍ଷ୍ୟ ନେଇ ରାଜସ୍ଥାନ ବ୍ୟୃାଟିଂ କରିଥିଲା ଏବଂ ୯ ଓ୍ଵିକେଟ ହରାଇ ୧୭୦ ରନ୍ କରିପାରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/KXIP-1.jpg)