ଆଇପିଏଲ୍ ୧୨: ମୁହାଁମୁହିଁ ହେଲେ ଅଷ୍ଟ୍ରେଲିଆର ୨ ଷ୍ଟାର ଖେଳାଳି, ଟସ୍ ଜିଣି ରାଜସ୍ଥାନର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରୁଛି ହାଇଦ୍ରାବାଦ୍
ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୮ମ ମ୍ୟାଚ୍ରେ ଶୁକ୍ରବାର ଅଷ୍ଟ୍ରେଲିଆର ୨ ଷ୍ଟାର ଖେଳାଳି ମୁହାଁମୁହିଁ ହୋଇଛନ୍ତି। ହାଇଦ୍ରାବାଦ୍ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ୍ ତରଫରୁ ଡାଭିଡ ଓ୍ଵାର୍ଣ୍ଣର ଏବଂ ରାଜସ୍ଥାନ ରୋୟାଲସ୍ ପକ୍ଷରୁ ଷ୍ଟିଭ୍ ସ୍ମିଥ ମୁହାଁମୁହିଁ ହୋଇଛନ୍ତି। ଚଳିତ ଆଇପିଏଲ୍ରେ ଉଭୟ ଟିମ୍ ନିଜର ପ୍ରଥମ ମ୍ୟାଚ୍ ହାରିଥିବା ବେଳେ ପ୍ରଥମ ମ୍ୟାଚ୍ ବିଜୟକୁ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଟସ୍ ଜିଣି ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ହାଇଦ୍ରାବାଦ୍ ବୋଲିଂ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜିର ଦିନଟି ଅଷ୍ଟ୍ରେଲିଆ ଖେଳାଳି ଡେଭିଡ ଓ୍ଵାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ। କାରଣ ଅଷ୍ଟ୍ରେଲିଆ କ୍ରିକେଟ ପକ୍ଷରୁ ତାଙ୍କ ଉପରେ ଲଗାଯାଇଥିବା ନିଷିଦ୍ଧାଦେଶକୁ ଆଜି ଗୋଟିଏ ବର୍ଷ ପୂରିଛି। ବଲ ବିକୃତ ମାମଲାରେ ଏହି ୨ ଖେଳାଳିଙ୍କ ଭୂମିକା ନେଇ ଗତ ବର୍ଷ ମାର୍ଚ୍ଚ ୨୮ରେ ନିଷିଦ୍ଧାଦେଶ ଜାରି କରିଥିଲା।
ପ୍ରଥମ ମ୍ୟାଚରେ ସ୍ମିଥ ଭଲ ପ୍ରଦର୍ଶନ କରି ନଥିଲେ। ରାଜସ୍ଥାନ ପକ୍ଷରୁ ଖେଳୁଥିବା ଏହି ଖେଳାଳି ପଂଜାବ ବିରୁଦ୍ଧରେ ୧୬ଟି ବଲର ସମ୍ମୁଖୀନ ହୋଇ ୨୦ ରନ୍ କରିଥିଲେ।