ବେଙ୍ଗାଲୁରୁ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୧ତମ ସଂସ୍କରଣରେ ରୋୟାଲ ଚ୍ୟାଲେଞ୍ଜର୍ସ ନିଜର ୨ୟ ମ୍ୟାଚ୍ରେ ଶୁକ୍ରବାର ପ୍ରଥମ ଥର ବିଜୟୀ ହୋଇଛି। ପୂର୍ବରୁ ଆରସିବି ନିଜର ପ୍ରଥମ ମ୍ୟାଚ୍ରେ କୋଲକାତା ଠାରୁ ପରାସ୍ତ ହୋଇଥିଲା। ଆରସିବି ଶେଷ ଓଭରରେ ୫ ରନ୍ ଦରକାର ଥିବା ବେଳେ ଏହାକୁ ଅତି ସହଜରେ ହାସଲ କରିଛି। ୧୯.୩ ଓଭରରେ ୬ଟି ଓ୍ଵିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଛି।
ଦଳୀୟ ସ୍କୋର ମାତ୍ର ୧ ରନ୍ ଥିବା ବେଳେ ବେଙ୍ଗାଲୁରୁ ବ୍ରେଣ୍ଡନ ମ୍ୟାକୁଲମକୁ ହରାଇଥିଲା। ୩୩ ରନ୍ରେ ବିରାଟ କୋହଲି(୨୧), ୮୭ ରନ୍ରେ କ୍ୱିଣ୍ଟନ ଡି କକ୍, ୮୭ ରନ୍ରେ ସରଫରାଜ ଖାଁ, ୧୪୬ ରନ୍ରେ ଏବି ଡିଭିଲିୟର୍ସ(୫୭), ୧୫୦ ରନ୍ରେ ମନ୍ଦୀପ ସିଂହ ଆଉଟ ହୋଇଥିଲେ।
ପ୍ରଥମ ଇନିଂସରେ ଲୋକେଶ ରାହୁଲ(୪୭)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କିଙ୍ଗସ୍ ଏକ୍ସଆଇ ପଞ୍ଜାବ ୧୯.୨ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୫୫ ରନ୍ ସଂଗ୍ରହ କରିଥିଲା। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୮ମ ମ୍ୟାଚ୍ରେ ବେଙ୍ଗାଲୁରୁ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ପଞ୍ଜାବ ବ୍ୟାଟିଂ କରିଥିଲା। କରୁଣ ନାୟାର ୨୯ ରନ୍, ମୟଙ୍କ ଅଗ୍ରଓ୍ଵାଲ ୧୫ ରନ୍, ରବିଚନ୍ଦ୍ରନ ଅଶ୍ୱିନଙ୍କ ୩୩ ରନ୍ ବଳରେ ପଞ୍ଜାବ ୧୫୫ ରନ୍ ସଂଗ୍ରହ କରିବା ପରେ ବେଙ୍ଗାଲୁରୁକୁ ୧୫୬ ରନ୍ ବିଜୟ ଲକ୍ଷ୍ୟ ମିଳିଥିଲା।
ଆରମ୍ଭରୁ ପଞ୍ଜାବ ଭଲ ବ୍ୟାଟିଂ କରିଥିଲେ ଥିଲେ ମଧ୍ୟ ୩୨ ରନରେ ମୟଙ୍କ ଅଗ୍ରଓ୍ଵାଲ ଓ ଆରୋନ ଫିଞ୍ଚକୁ ହରାଇଥିଲା। ୩୬ ରନ୍ରେ ୩ୟ ଓ୍ଵିକେଟ୍ରେ ଯୁବରାଜ ସିଂହ, ୯୪ ରନ୍ରେ ୪ର୍ଥ ଓ୍ଵିକେଟ୍ରେ ଲୋକେଶ ରାହୁଲ, ୧୦୨ ରନ୍ରେ ୫ମ ଓ୍ଵିକେଟ୍ରେ କରୁଣ ନାୟାର, ୧୧୦ ରନ୍ରେ ୬ଷ୍ଠ ଓ୍ଵିକେଟ୍ରେ ମାର୍କସ ଷ୍ଟୋନିସ, ୧୨୨ ରନ୍ରେ ୭ମ ଓ୍ଵିକେଟ୍ରେ ଅକ୍ଷର ପଟେଲ, ୧୪୨ ରନ୍ରେ ୮ମ ଓ୍ଵିକେଟ୍ରେ ଆଣ୍ଡ୍ରୁ ଟେ ଓ ୧୫୩ ରନ୍ରେ ୯ମ ଓ୍ଵିକେଟ୍ରେ ଅଶ୍ୱିନ ପାଭଲିଅନ ଫେରିଥିଲେ।
ବେଙ୍ଗାଲୁରୁ ପକ୍ଷରୁ ଉମେଶ ଯାଦବ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିବା ବେଳେ କୁଲଓ୍ଵନ୍ତ ଖେଜରୋଲିଆ, କ୍ରିସ୍ ଓ୍ଵକସ୍ ଓ ଓ୍ଵାସିଙ୍ଗଟନ୍ ସୁନ୍ଦର ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ସେହିପରି ଯୁଜବେନ୍ଦ୍ର ଚହଲ ଗୋଟିଏ ଓ୍ଵିକେଟ୍ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/555_1523643225_618x347.jpeg)
