ଟସ୍ ଜିତି ବୋଲିଂ କରୁଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର; କିଙ୍ଗସ୍ ଇଲେଭେନ ପଞ୍ଜାବର ବ୍ୟାଟିଂ ଜାରି

ମୁମ୍ବାଇ: ଆଜିର ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ତେଣୁ ଏହି ମ୍ୟାଚରେ ପ୍ରଥମେ ପଞ୍ଜାବ ଦଳ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଛି । ଦଳ ପକ୍ଷରୁ କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ ଓପନିଂ କରିଛନ୍ତି ।

ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚ ଖେଳି ସାରିଛନ୍ତି । ପ୍ରଥମ ମ୍ୟାଚରେ ବାଙ୍ଗାଲୋର ବିଜୟୀ ହୋଇଥିଲା । ସେହିପରି ପଞ୍ଜାବ ନିଜର ପ୍ରଥମ ମ୍ୟାଚରେ ଦିଲ୍ଲୀଠାରୁ ପରାସ୍ତ ହୋଇଥିଲା । ତେଣୁ ପଞ୍ଜାବ ଆଜିର ଏହି ମ୍ୟାଚରେ ନିଜର ବିଜୟ ଯାତ୍ରା ଆରମ୍ଭ କରିବା ଲକ୍ଷ୍ୟରେ ରହିବ । ଅନ୍ୟପକ୍ଷରେ ବାଙ୍ଗାଲୋର ମଧ୍ୟ ନିଜ ବିଜୟ ଧାରା ଜାରି ରଖିବାକୁ ପ୍ରୟାସ କରିବ ।

ଅନ୍ୟପକ୍ଷରେ ଉଭୟ ଦଳ ପାଖରେ ଭଲ ଖେଳାଳି ରହିଛନ୍ତି । ବାଙ୍ଗାଲୋରରେ ଏ ବି ଡିଭିଲିୟର୍ସ ଓ ବିରାଟ କୋହଲିଙ୍କ ଭଳି ଖେଳାଳି ରହିଥିବା ବେଳେ ପଞ୍ଜାବରେ କେଏଲ ରାହୁଲ, ମୟଙ୍କ ଅଗ୍ରୱାଲଙ୍କ ଭଳି ଉଦୀୟମାନ ଖେଳାଳି ରହିଛନ୍ତି ।

ଆର୍‌ସିବି: ଆରୋନ ଫିଞ୍ଚ୍, ଦେବଦତ୍ତ ପଡିକଲ, ବିରାଟ ‌କୋହଲି (ଅଧିନାୟକ), ଏବି ଡି’ଭିଲିୟର୍ସ, ଶିଭମ ଦୁବେ, ୱାସିଂଟନ ସୁନ୍ଦର, ଡେଲ୍ ଷ୍ଟେନ୍, ୟୁଜବେନ୍ଦ୍ର ଚହଲ, ଉମେଶ ଯାଦବ, ନଭଦୀପ ‌ସୈନି, ଜୋସ୍ ଫିଲିପ।

କିଙ୍ଗ୍ସ ଏକାଦଶ ପଞ୍ଜାବ: କେଏଲ୍ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ସେଲଡନ୍ କୋଟ୍ରେଲ, ଗ୍ଲେନ୍ ମ୍ୟାକ୍ସୱେଲ, ମହମ୍ମଦ ସାମି, କରୁଣ ନାୟର, ନିକୋଲାସ୍ ପୂରନ, ମୁରୁଗାନ୍ ଅଶ୍ବୀନ୍, ଜେମ୍ସ ନୀସାମ, ରବି ବିଷ୍ଣାଇ, ସରଫରାଜ୍ ଖାନ୍।

ସମ୍ବନ୍ଧିତ ଖବର