ଆଇପିଏଲ୍‌ ୧୨: ସାମସନ୍‌ଙ୍କ ଶତକ-ରାହାଣେଙ୍କ ଅର୍ଦ୍ଧଶତକ, ହାଇଦ୍ରାବାଦ୍‌କୁ ୧୯୯ ରନ୍‌ ଟାର୍ଗେଟ ଦେଲା ରାଜସ୍ଥାନ

ହାଇଦ୍ରାବାଦ: ଅଧିନାୟକ ଆଜିଙ୍କ୍ୟ ରାହେଣେଙ୍କ ଅର୍ଦ୍ଧଶତକ (୭୦ ରନ୍‌, ୪୯ ବଲ, ୪ ଚୌକା, ୩ ଛକା) ଓ ସଂଜୁ ସାମ୍‌ସନ୍‌ଙ୍କ ଅପରାଜିତ ଶତକ (୧୦୨ ରନ୍‌, ୫୫ ବଲ, ୧୦ ଚୌକା, ୪ ଛକା) ବଳରେ ରାଜସ୍ଥାନ ରୋୟାଲସ୍‌ ଶୁକ୍ରବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୮ମ ମ୍ୟାଚରେ ଦମ୍‌ଦାର ସ୍କୋର କରିଛି। ସଂଜୁ ସାମ୍‌ସନ୍‌ ୫୪ଟି ବଲ ଖେଳି ଶତକ ହାସଲ କରିଛନ୍ତି। ଚଳିତ ଆଇପିଏଲ୍‌ରେ ଏହା ହେଉଛି ପ୍ରଥମ ଶତକ। ବେନ୍‌ ଷ୍ଟୋକ୍‌ ୯ଟି ବଲ ଖେଳି ଅପରାଜିତ ୧୬ ରନ୍‌ କରିଛନ୍ତି। ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ଵିକେଟ ହରାଇ ଦଳ ୧୯୮ ରନ୍‌ କରିଛି। ଫଳରେ ହାଇଦ୍ରାବାଦ୍‌କୁ ୧୯୯ ରନ୍‌ ଟାର୍ଗେଟ ମିଳିଛି।

ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରାଜସ୍ଥାନ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଭଲ ପ୍ରଦର୍ଶନ କରି ନଥିଲେ ବି ରାଜସ୍ଥାନ ଦ୍ୱିତୀୟ ଓ୍ଵିକେଟରେ ୧୧୯ ରନ୍‌ କରିଥିଲା।

ରାଜସ୍ଥାନ ସ୍କୋର ୧୫ ରନ୍‌ରେ ଜୋସ୍‌ ବଟଲର୍‌ଙ୍କୁ ହରାଇଥିଲା। ବଟଲ୍‌ର ୮ଟି ବଲ ଖେଳି ମାତ୍ର ୫ ରନ୍‌ କରିବା ପରେ ରସିଦ ଖାନ୍‌ ଦ୍ୱାରା ବୋଲ୍ଡ ହୋଇ ପାଭଲିଅନ୍‌ ଫେରି ଯାଇଥିଲେ। ଏହା ପରେ ଦଳର ବ୍ୟାଟିଂ ଦାୟିତ୍ୱ ସାମ୍‌ସନ୍‌ ଓ ରାହାଣେଙ୍କ ହାତରେ ରହିଥିଲା। ହାଇଦ୍ରାବାଦ୍‌ର ଦ୍ୱିତୀୟ ଶିକାର ହୋଇଥିଲେ ରାହାଣେ। ନଦୀମଙ୍କ ବଲରେ ମନୀଷ ପାଣ୍ଡେଙ୍କ ହାତରେ କ୍ୟାଚ ହେବା ପୂବରୁ ଦଳକୁ ମଜବୁତ ସ୍ଥାନରେ ପହଂଚାଇ ଦେଇଥିଲେ। ରାହାଣେ ୧୫.୫ ଓଭରରେ ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର